ଓଡିଶା

odisha

ଇଣ୍ଟ୍ରା-ଆଫଗାନ ଚୁକ୍ତି ଆୟୋଜନ ପାଇଁ 12ଟି ରାଷ୍ଟ୍ରର ଇଚ୍ଛାପ୍ରକାଶ

By

Published : Jul 16, 2020, 8:39 PM IST

ଖୁବଶୀଘ୍ର ଆୟୋଜିତ ହେବାକୁ ଯାଉଛି ଇଣ୍ଟ୍ରା-ଆଫଗାନ ଚୁକ୍ତି । ଏହି ଚୁକ୍ତିର ଆୟୋଜନ ପାଇଁ ବର୍ତ୍ତମାନ ସୁଦ୍ଧା 12ଟି ରାଷ୍ଟ୍ର ଇଚ୍ଛା ପ୍ରକାଶ କରିଥିବା ସ୍ପଷ୍ଟ କରିଛନ୍ତି ଆଫଗାନ ମନ୍ତ୍ରୀ ।

intra-afghan talk, america-taliban peace deal, afghanistan-taliban prisoner exchange, intra-afghan talk latest news, ଇଣ୍ଟ୍ରା-ଆଫଗାନ ଚୁକ୍ତି, ଆମେରିକା-ତାଲିବାନ ଶାନ୍ତି ଚୁକ୍ତି, ଆଫଗାନିସ୍ତାନ-ତାଲିବାନ ବନ୍ଦୀ ହସ୍ତାନ୍ତର, ଇଣ୍ଟ୍ରା-ଆଫଗାନ ଚୁକ୍ତି ଲାଟେଷ୍ଟ ନ୍ୟୁଜ୍‌
ଇଣ୍ଟ୍ରା-ଆଫଗାନ ଚୁକ୍ତି ଆୟୋଜନ ପାଇଁ 12ଟି ରାଷ୍ଟ୍ରର ଇଚ୍ଛା ପ୍ରକାଶ

କାବୁଲ: ଗତ ଫେବୃଆରୀରେ ଆମେରିକା ଓ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତି ଅନୁଯାୟୀ ଖୁବଶୀଘ୍ର ଆୟୋଜିତ ହେବାକୁ ଯାଉଛି ଇଣ୍ଟ୍ରା-ଆଫଗାନ ଚୁକ୍ତି । ଏହି ଚୁକ୍ତିର ଆୟୋଜନ ପାଇଁ ବର୍ତ୍ତମାନ ସୁଦ୍ଧା 12ଟି ରାଷ୍ଟ୍ର ଇଚ୍ଛା ପ୍ରକାଶ କରିଥିବା ସ୍ପଷ୍ଟ କରିଛନ୍ତି ଆଫଗାନ ମନ୍ତ୍ରୀ । ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଆତ୍ମର ଏହା ପ୍ରକାଶ କରିଛନ୍ତି ।

ହନିଫଙ୍କ କହିବା ଅନୁଯାୟୀ ତୁର୍କମେନିସ୍ତାନ, କାଜାଖସ୍ତାନ, ଚୀନ, ଋଷିଆ, ତୁର୍କୀ, ଇରାନ, କତାର, ଇଣ୍ଡୋନେସିଆ ଓ ଜାପାନ ସମେତ 12ଟି ରାଷ୍ଟ୍ର ଇଣ୍ଟ୍ରା-ଆଫଗାନ ଚୁକ୍ତିର ଆୟୋଜନ କରିବା ନେଇ ସ୍ପଷ୍ଟ କରିଛନ୍ତି । ସେପଟେ ଚୁକ୍ତି ମୁତାବକ ଆଫଗାନିସ୍ତାନ 5000 ତାଲିବାନୀ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ସିଦ୍ଧ ହୋଇଥିଲା । ହେଲେ ଏଯାବତ୍‌ ମାତ୍ର 4400 ବନ୍ଦୀଙ୍କୁ ମୁକ୍ତ କରାଯାଇଛି । କିଛି ଗମ୍ଭୀର ସମସ୍ୟା ପାଇଁ ବଳକା 600 ବନ୍ଦୀଙ୍କୁ ମୁକ୍ତ କରାଯାଇପାରିନାହିଁ ବୋଲି ଆଫଗାନିସ୍ତାନ ସ୍ପଷ୍ଟ କରିଛି ।

ଆଗାମୀ ପର୍ଯ୍ୟାୟରେ ମୁକ୍ତ ହେବାକୁ ଥିବା 600 ବନ୍ଦୀଙ୍କ ତାଲିକା ପଠାଇବା ପାଇଁ ତାଲିବାନକୁ ସୂଚିତ କରାଯାଇଛି । ଏହି ପଦକ୍ଷେପ ଇଣ୍ଟ୍ରା-ଆଫଗାନ ଚୁକ୍ତିକୁ ଏକ ସୁରୁଖୁରୁରେ ଆରମ୍ଭ କରିବ ବୋଲି ହନିଫ ପ୍ରକାଶ କରିଛନ୍ତି । ପ୍ରତିବଦଳରେ ବୁଧବାର ହେଲମଣ୍ଡ ପ୍ରାନ୍ତରେ ତାଲିବାନ 30 ଆଫଗାନ ବନ୍ଦୀଙ୍କୁ ମୁକ୍ତ କରିଥିବା ଜଣା ପଡିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ତାଲିବାନ 845 ବନ୍ଦୀଙ୍କୁ ମୁକ୍ତ କରିସାରିଛି ।

ସୂଚନା ଅନୁଯାୟୀ ଚଳିତବର୍ଷ ଫେବୃଆରୀ 29ରେ ଦୋହାରେ ସ୍ବାକ୍ଷରିତ ହୋଇଥିଲା ଆମେରିକା-ତାଲିବାନ ଶାନ୍ତି ଚୁକ୍ତି । ଏହି ଚୁକ୍ତି ଏବେ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଯେପରିକି ହିଂସାତ୍ମକ ଆକ୍ରମଣରେ ବିରତି ଓ ଇଣ୍ଟ୍ରା-ଆଫଗାନ ଚୁକ୍ତି ଆଦି ଆଜି ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ଯାହାକି ଚୁକ୍ତି ମୁତାବକ 135 ଦିନ ମଧ୍ୟରେ କାର୍ଯ୍ୟକାରୀ ହେବାର ଯୋଜନା ରହିଥିଲା ।

ଇତି ମଧ୍ୟରେ ଆମେରିକା ପ୍ରତିରକ୍ଷା ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନର ମୁଖପାତ୍ର ଜୋନାଥନ ହୋଫମ୍ୟାନଙ୍କ କହିବା ଅନୁଯାୟୀ ଏଯାବତ୍‌ ଆଫଗାନିସ୍ତାନର 5ଟି ଯୁଦ୍ଧ ପୋତରେ ନିୟୋଜିତ ଆମେରିକା ସୈନ୍ୟବାହିନୀଙ୍କୁ ଅପସାରଣ କରାଯାଇଛି । ଯେବେକି ରିଦୋଲ୍ୟୁଟ ସପୋର୍ଟ ମିଶନର ନିୟମ ମୁତାବକ ଆଫଗାନିସ୍ତାନରେ ନାଟୋର ମୋଟ 12,000 ଟ୍ରୁପ ନିୟୋଜିତ ଥିବା ବେଳେ ସେଥିରେ 8600 ଆମେରିକୀୟ ଟ୍ରୁ ସାମିଲ ରହିଛନ୍ତି । ଚୁକ୍ତି ମୁତାବକ ଆମେରିକା ଏହି ସଂଖ୍ୟାକୁ ଧିରେ ଧିରେ ହ୍ରାସ କରି ଶୂନ କରିବାର ଯୋଜନା ରହିଛି ।

@IANS

ABOUT THE AUTHOR

...view details