ଚୀନ: ଶକ୍ତିଶାଳୀ ଭୂକମ୍ପରେ ଚୀନରେ 11 ମୃତ । ଏହାର ତୀବ୍ରତା ରିକ୍ଟର ସ୍କେଲର 6.0 ରେକର୍ଡ କରାଯାଇଛି । ଦେଶର ଦକ୍ଷିଣପଶ୍ଚିମ ଦିଗରେ ଅବସ୍ଥିତ ସିଚୁଆନ ପ୍ରଦେଶରେ ସୋମବାର ରାତ୍ରି ସମୟରେ ଅନୁଭୂତ ହୋଇଥିଲା ଏହାର ଝଟକା। ଭୂକମ୍ପରେ 122 ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି।
ଚୀନ ଭୂକମ୍ପରେ 11 ମୃତ, 122 ଆହତ - china
ଚୀନରେ ଜୋରଦାର ଭୂକମ୍ପ ଝଟକା। ଏଥିରେ 11 ମୃତ, 122 ଆହତ। ଦେଶର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ ପ୍ରଦେଶରେ ସୋମବାର ରାତ୍ରି ସମୟରେ ଅନୁଭୂତ ହୋଇଛି ଭୂକମ୍ପର ଝଟକା ।
ଫାଇଲ ଫଟୋ
ଚୀନ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ , ଭୂକମ୍ପ ରାତି ପ୍ରାୟ 10.55 ସମୟରେ ଅନୁଭୂତ ହୋଇଥିଲା । ଏହା କେନ୍ଦ୍ରସ୍ଥଳଠାରୁ 16 କିମି ଗଭୀରତାରେ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ଚୀନ ଜରୁରୀକାଳୀନ ବିଭାଗ ସମସ୍ତ ସୁବିଧା ଯୋଗାଇଦେବାକୁ ବିପର୍ଯ୍ୟୟ ପରିଚାଳନା ଦଳକୁ ସଜାଗ ରଖାଯାଇଛି।
ଭୂକମ୍ପ ପାଇଁ ଚୀନର ମୁଖ୍ୟ ରାସ୍ତା ଓ ବିଭିନ୍ନ ପ୍ରଦେଶରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହା ପୂର୍ବରୁ ଚୀନରେ ଲଗାତର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା 5.3 ମଧ୍ୟରେ ରହିଛି ।
Last Updated : Jun 18, 2019, 12:08 PM IST