ଓଡିଶା

odisha

ETV Bharat / international

ଋଷରେ କୋରୋନା ଆତଙ୍କ: ଲଗାତାର ଷଷ୍ଠ ଦିନରେ 10 ହଜାର ମାମଲା

କୋରୋନାର ନୂଆ ଗଡ ପାଲଟିବାକୁ ବସିଲାଣି ଶକ୍ତିଶାଳୀ ଋଷ । କୋରୋନା ଏବେ ଘାତକ ସାଜିଛି ଋଷରେ । ଲଗାତାର ଷଷ୍ଠ ଦିନ ପାଇଁ ଋଷରେ 10 ହଜାରରୁ ଉର୍ଦ୍ଧ୍ବ COVID-19 ମାମଲା ଆସିଛି । ଅଧିକ ପଢନ୍ତୁ...

ଋଷରେ କୋରୋନା ଆତଙ୍କ
ଋଷରେ କୋରୋନା ଆତଙ୍କ

By

Published : May 9, 2020, 12:55 AM IST

ମସ୍କୋ: ସାରା ବିଶ୍ବକୁ କବଳିତ କରି ରଖିଛି କୋରୋନା । ଏବେ କୋରୋନାର ନୂଆ ଗଡ ପାଲଟିବାକୁ ବସିଲାଣି ଶକ୍ତିଶାଳୀ ଋଷ । କୋରୋନା ଏବେ ଘାତକ ସାଜିଛି ଋଷରେ । ଲଗାତାର ଷଷ୍ଠ ଦିନ ପାଇଁ ଋଷରେ 10 ହଜାରରୁ ଉର୍ଦ୍ଧ୍ବ COVID-19 ମାମଲା ଆସିଛି ।

ଶୁକ୍ରବାର ଋଷରେ 10,699 ଟି ନୂତନ କୋରାନାଭାଇରସ୍ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି । ଏହିପରି, କ୍ରମାଗତ ଷଷ୍ଠ ଦିନ ପାଇଁ 10,000 ରୁ ଅଧିକ ଲୋକ କୋରୋନା ପଜିଟିଭ୍ ରିପୋର୍ଟ ଆସିଛି ।

ରିପୋର୍ଟ ଅନୁଯାୟୀ, ଋଷର କୋରାନା ସଂକ୍ରମଣ ରିପୋର୍ଚ 187,859 ରେ ପହଞ୍ଚିଛି । ଋଷର କୋରାନା ନୂତନ 98ଟି ମୃତ୍ୟୁ ବୃଦ୍ଧି ପାଇ ଦେଶରୋ ମୋଟ ମୃତ୍ୟୁ ସଂଖ୍ୟା 1,723ରେ ପହଞ୍ଚିଛି ।

@IANS

ABOUT THE AUTHOR

...view details