ଓଡିଶା

odisha

ETV Bharat / international

ଇଣ୍ଡୋନେସିଆ ଶତାୟୁଙ୍କ ହେଲ୍ଦି ଲାଇଫଷ୍ଟାଇଲ,ମୁଣ୍ଡ ନୁଆଁଇଲା ମହାମାରୀ - 100-year-old Indonesian woman

ଦୀର୍ଘ 1 ମାସ ମେଡିକାଲରେ ରହି କୋରୋନା ସହିତ ଲଢେଇ କରି ଶେଷରେ ବିଜୟ ଲାଭ କରିଛନ୍ତି ଇଣ୍ଡୋନେସିଆର 100 ବର୍ଷୀୟ ବୃଦ୍ଧା।

ଇଣ୍ଡୋନେସିଆ ଶତାୟୁଙ୍କ ହେଲ୍ଦି ଲାଇଫଷ୍ଟାଇଲ,ମୁଣ୍ଡ ନୁଆଁଇଲା ମହାମାରୀ
ଇଣ୍ଡୋନେସିଆ ଶତାୟୁଙ୍କ ହେଲ୍ଦି ଲାଇଫଷ୍ଟାଇଲ,ମୁଣ୍ଡ ନୁଆଁଇଲା ମହାମାରୀ

By

Published : Jun 1, 2020, 2:35 PM IST

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଠିକଣା ନୁହେଁ କିମ୍ବା ଠିକଣାରେ ପହଞ୍ଚିଵା ବାର୍ଦ୍ଧକ୍ୟ ନୁହେଁ ବୋଲି ପ୍ରମାଣ କରିଛନ୍ତି 100 ବର୍ଷୀୟା ବୃଦ୍ଧା। ଦୀର୍ଘ 1 ମାସ ମେଡିକାଲରେ ରହି କୋରୋନା ସହିତ ଲଢେଇ କରି ଶେଷରେ ଜିତିଥିବା ଏହି ଶତାୟୁଙ୍କ ସାମ୍ନାରେ ବାର୍ଦ୍ଧକ୍ୟ ଓ ମହାମାରୀ ହାର ମାନିଛି।

କାମଟିନ୍ ନାମକ ଏହି ମହିଳା ଦେଶର ସବୁଠୁ ବୟସ୍କ କୋଭିଡ -19 ରୋଗୀ ଥିଲେ। ଯେତେ ବେଳେ ତାଙ୍କ ଠାରୁ କମ ବୟସର ଲୋକମାନେ ମହାମାରୀରେ ପରାଜୟ ହୋଇ ମୃତ୍ୟୁର ଦ୍ବାରଦେଶରେ ପହଁଞ୍ଚୁଥିଲେ ସେ ସମୟରେ ଏହି ବୃଦ୍ଧାଙ୍କ ଆରୋଗ୍ୟ ଲାଭ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ଵିଷୟ।

ସୂଚନା ଅନୁସାରେ, ବୃଦ୍ଧା ଜଣକ ଏପ୍ରିଲ 13 ରେ ଜ୍ୱର ଓ କାଶ ପାଇଁ ସୁରବାୟାସ୍ଥିତ ପୋର୍ଥ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ଭର୍ତ୍ତି ହୋଇଥିଲେ। ଏବଂ ଗୋଟିଏ ଦିନ ପରେ ସ୍ବାବ ପରୀକ୍ଷା କରାଯାଇଥିଲା। ଏପ୍ରିଲ୍ 28 ରେ, ଡାକ୍ତରମାନେ ସେ କୋଭିଡ୍ -19 ପାଇଁ ପଜିଟିଭ୍ ଥିବା ସୂଚନା ଦେଇଥିଲେ।

ହେଲେ ସେ ସେଥିରେ ବ୍ୟସ୍ତ ନହୋଇ ସକରାତ୍ମକ ଚିନ୍ତାଧାରା ସହ ମହାମାରୀ ସହ ଲଢିଥିଲେ। ଶେଷରେ ଡାକ୍ତରମାନେ ତାଙ୍କୁ ଏହି ରୋଗରୁ ମୁକ୍ତ ଘୋଷଣା କରିବା ପରେ ମେ 17 ରେ ଘରକୁ ଫେରିବାକୁ ଅନୁମତି ଦେଇଥିଲେ।

ତେବେ ତାଙ୍କର ଯୁକ୍ତି ହେଉଛି, ଉତ୍ତମ ସ୍ଵାସ୍ଥ୍ୟ ହିଁ କୌଣସି ବ୍ୟକ୍ତିର ସ୍ଥାୟିତ୍ଵ। ଯାହାଫଳରେ ବୃଦ୍ଧା ଜଣକ କୋରୋନା ଯୁଦ୍ଧରେ ଜିତିଥିବା ପୂର୍ବ ଜାଭା ରାଜ୍ୟପାଳ ଖୋଫିଫା ଇନ୍ଦର ପରୱାନସା କହିଛନ୍ତି। ଇଣ୍ଡୋନେସିଆର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଶନିବାର ସୁଦ୍ଧା 60 ରୁ ଅଧିକ ବୟସର ବ୍ୟକ୍ତି ମୋଟ କୋଭିଡ -19 ମାମଲାର 15% ଏବଂ ମୃତ୍ୟୁ ହାର 44% ଅଟେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ସୁଦ୍ଧା ସାରା ଦେଶରେ ମୋଟ 25,773 କୋଭିଡ -19 ମାମଲା ରେକର୍ଡ କରିଛି,। ଯେଉଁଥିରେ 1,573 ମୃତ୍ୟୁ ଏବଂ 7,015 ସୁସ୍ଥ ହୋଇଛନ୍ତି।

ABOUT THE AUTHOR

...view details