ଓଡିଶା

odisha

ETV Bharat / international

ହଂକଂର ଜାତୀୟ ସଙ୍ଗୀତ ବିଲ ଓ ଜାତୀୟ ସୁରକ୍ଷା ପ୍ରସଙ୍ଗ: 100 ଶିଶୁ ଗିରଫ - ହଂକଂରେ ଚୀନର ଜାତୀୟ ସୁରକ୍ଷା ଆଇନ

ନିକଟରେ ହଂକଂ ସହରରେ ଚୀନର ଜାତୀୟ ସୁରକ୍ଷା ଆଇନର ପ୍ରଣୟନ ନେଇ ପ୍ରସ୍ତାବ ଦେଇଛି ଚୀନ । ଯାହାକୁ ବିରୋଧ କରି ହଂକଂରେ ବେଶ କିଛି ଦିନ ହେବ ଜାରି ରହିଛି ବିକ୍ଷୋଭ । ଏହି ବିକ୍ଷୋଭର ଆଉ ଏକ କାରଣ ରହିଛି ବିବାଦୀୟ ଜାତୀୟ ସଙ୍ଗୀତ ।

kids arrested in hong kong, national anthem controversy in hong kong, national security law violation in hong kong, protest in hong kong, ହଂକଂରେ ବିକ୍ଷୋଭକାରୀ ଶିଶୁ ଗିରଫ, ହଂକଂରେ ଜାତୀୟ ସଙ୍ଗୀତ ବିବାବ, ହଂକଂରେ ଚୀନର ଜାତୀୟ ସୁରକ୍ଷା ଆଇନ, ହଂକଂରେ ବିକ୍ଷୋଭ
ହଂକଂର ଜାତୀୟ ସଙ୍ଗୀତ ବିଲ ଓ ଜାତୀୟ ସୁରକ୍ଷା ପ୍ରସଙ୍ଗ: 100 ଶିଶୁ ଗିରଫ

By

Published : May 29, 2020, 11:07 PM IST

ହଂକଂ: ନିକଟରେ ହଂକଂ ସହରରେ ଚୀନର ଜାତୀୟ ସୁରକ୍ଷା ଆଇନର ପ୍ରଣୟନ ନେଇ ପ୍ରସ୍ତାବ ଦେଇଛି ଚୀନ । ଯାହାକୁ ବିରୋଧ କରି ହଂକଂରେ ବେଶ କିଛି ଦିନ ହେବ ଜାରି ରହିଛି ବିକ୍ଷୋଭ । ଏହି ବିକ୍ଷୋଭର ଆଉ ଏକ କାରଣ ରହିଛି ବିବାଦୀୟ ଜାତୀୟ ସଙ୍ଗୀତ । ଯାହାକୁ ଆଧାର କରି ହଂକଂରେ ଶୁକ୍ରବାର 100 ଜଣ ଶିଶୁଙ୍କୁ ଗିରଫ କରିଛି ପୋଲିସ । ଏହାପୂର୍ବରୁ ବୁଧବାର ଓ ଗୁରୁବାର 396 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବିକ୍ଷୋଭକାରୀଙ୍କ ବୟସ 12ରୁ 70 ମଧ୍ୟରେ ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ଏହା ମଧ୍ୟ ସ୍ପଷ୍ଟ ହୋଇଛି କି ଗିରଫଙ୍କ ମଧ୍ୟରେ 234 ପୁରୁଷ ଓ 162 ଜଣ ମହିଳା ରହିଛନ୍ତି । 18 ବର୍ଷରୁ କମ୍‌ ସମସ୍ତେ ହଂକଂରେ ଶିଶୁ ବୋଲି ଗଣାଯାଉଥିବାରୁ ଏହି ବିକ୍ଷୋଭରେ ଅନେକ ଶିଶୁ ଭାଗ ନେଇଥିବା ଜଣାପଡିଛି । ତେବେ ଗିରଫ ପଛର କାରଣ ହେଉଛି ମାରଣାସ୍ତ୍ର ବ୍ୟବହାର କରିବା, ଏହାର ବ୍ୟବହାରରେ ବେଆଇନ ଗହଳି କରିବା ଏବଂ ଆଇନ ବିରୋଧୀ କାରଣ ନେଇ ହୋଇଥିବା ଗହଳିରେ ସାମିଲ ହେବା ।

ବିଧାନସଭାରେ ଆଇନ ପ୍ରଣୟନକାରୀମାନେ ଜାତୀୟ ସଙ୍ଗୀତକୁ ନେଇ 4ଦିନିଆ ତର୍କ ରଖିଥିବା ବେଳେ ଏହାକୁ ବିରୋଧ କରି ସପ୍ତାହ ସାରା ବିକ୍ଷୋଭ ଜାରି ରହିଛି । ଅନ୍ୟପଟେ ଏହି ବିଲରେ ମୋହର ବାଜିଲେ ବିକ୍ଷୋଭକାରୀଙ୍କୁ ଜେଲ ହେବ ବୋଲି କୁହାଯାଇଛି । ସମ୍ଭବତଃ ଏହି ବିଲରେ ଜୁନ 4ରେ ମୋହର ବାଜିବା ନେଇ କୁହାଯାଉଛି । ମୁଖ୍ୟତଃ ହଂକଂ ଉପରେ ଜାତୀୟ ସୁରକ୍ଷା ଆଇନର ପରିସର ବୃଦ୍ଧି ନେଇ ବେଜିଂ ଚେଷ୍ଟା ଚଳାଇଥିବା ଏହି ବିକ୍ଷୋଭର ମୁଖ୍ୟ କାରଣ ବୋଲି କୁହାଯାଉଛି ।

@IANS

ABOUT THE AUTHOR

...view details