ଓଡିଶା

odisha

ETV Bharat / international

ପୁଣି ବେଜିଂରେ 2 କୋରୋନା ପଜିଟିଭ, ବଦଳିଲା ସ୍କୁଲ ଖୋଲା ନିଷ୍ପତ୍ତି

ଚୀନରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଚୀନରେ ଏବେ ପର୍ଯ୍ୟନ୍ତ 10 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

By

Published : Jun 12, 2020, 9:50 PM IST

ବେଜିଂରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ, ବଢ଼ିଲା ଚିନ୍ତା
ବେଜିଂରେ ପୁଣି 2 କୋରୋନା ଆକ୍ରାନ୍ତ ଚିହ୍ନଟ, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଚୀନରେ ଆଉ ଦୁଇ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଚୀନରେ ଏବେ ପର୍ଯ୍ୟନ୍ତ 10 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କୋରୋନା ମୁକ୍ତ ହୋଇଥିବା ନେଇ ବେଜିଂରେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବ ବୋଲି ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ହେଲେ ଏବେ 10 ଆକ୍ରାନ୍ତ ପର୍ଯ୍ୟାୟ କ୍ରମେ ଚିହ୍ନଟ ହେବା ପରେ ବେଜିଂରେ ସ୍କୁଲ ଖୋଲିବା ନିଷ୍ପତ୍ତି ବନ୍ଦ ହୋଇଛି ।

56 ଦିନ ପରେ ବେଜିଂରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । କୋରୋନା ମୁକ୍ତ ହୋଇଥିବା ଚିନ୍ତା କରି ବେଜିଂରେ ଥିବା ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଛୁଟି ଦେଇଥିଲା ସ୍ଥାନୀୟ ପ୍ରଶାସନ । ଏବେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ିଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଶେଷ ବେଳେ କୋରୋନା ଚୀନର ଉହାନରେ ପ୍ରଥମେ ଦେଖାଦେଇଥିଲା । ଚୀନରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଏବେ ଅନ୍ୟ ଦେଶ ତୁଳନାରେ କମ୍ ରହିଛି । କୋରୋନାର ହଟସ୍ପଟରେ ଏବେ ଆମେରିକା, ବ୍ରାଜିଲ ଏବଂ ଭାରତ ରହିଛି ।

ABOUT THE AUTHOR

...view details