କରାଚି: ପାକିସ୍ତାନରେ କୋରୋନା ନିୟନ୍ତ୍ରଣ ପାଇଁ ଲକଡାଉନ ଜାରି ରହିଛି । ଏହି ଲକଡାଉନ ସମୟରେ ଦେଶରେ ବାରମ୍ବାର ଅପ୍ରିତିକର ଘଟଣା ମାନ ସାମ୍ନାକୁ ଆସିବାରେ ଲାଗୁଛି । କରାଚିରେ ଲକଡାଉନ ବେଳେ ରାସନ ବଣ୍ଟନ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ସମୟରେ ପୋଲିସର ଗୁଳି ମାଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ 4ଜଣ ପୋଲିସ କର୍ମୀଙ୍କୁ ଗିରଫ କରାଯାଇଛି ।
ଡନ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏକ ଷ୍ଟେସନ୍ ହାଉସ୍ ଅଧିକାରୀ ବୁଧବାର କହିଥିଲେ ଯେ ଦୁଇଟି ସାମାଜିକ ସେବା ସଂଗଠନର ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେ ଜିଲ୍ଲା ପ୍ରଶାସନକୁ ନ ଜଣାଇ ମଙ୍ଗଳବାର ସହରର ନିସ୍ତାର ବସ୍ତି ଅଞ୍ଚଳରେ ଏକ ରାସନ ବଣ୍ଟନ ଅଭିଯାନ କରିଥିଲେ ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଯଦି ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକର୍ମୀ ଗୁଳି ଚାଳନା କରିଥିଲେ ।