ଓଡିଶା

odisha

ETV Bharat / international

ନୂଆ ଦର୍ଶକଙ୍କୁ ଆକୃଷ୍ଟ କରିବ ଫିଚର ‘ୟୁଟ୍ୟୁବ ସିଲେକ୍ଟ’ - ୟୁଟ୍ୟୁବ୍‌ରେ ନୂଆ ଫିଚର

ନିଜ ନିଜ କମ୍ପାନୀ ଓ ପ୍ରଡକ୍ଟକୁ ପ୍ରମୋଟ କରିବା ପାଇଁ ୟୁଟ୍ୟୁବରେ ଲାଗେ ଆଡଭର୍ଟାଇଜରଙ୍କ ଭିଡ । ଏମିତିରେ ଏହି ଆଡଭର୍ଟାଇଜର କିପରି ଅଧିକ ଲୋକଙ୍କ ସହ ଯୋଡି ହୋଇପାରିବେ ସେନେଇ ସମାଧାନ ଖୋଜି ବାହାର କରିଛି ୟୁଟ୍ୟୁବ୍‌ ।

Youtube selct, youtube, advertisement, new feature on youtube, latest technology news, ୟୁଟ୍ୟୁବ୍‌ ସିଲେକ୍ଟ, ୟୁଟ୍ୟୁବ୍‌, ଆଡଭର୍ଟାଇଜମେଣଅଟ, ୟୁଟ୍ୟୁବ୍‌ରେ ନୂଆ ଫିଚର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ନୂଆ ଦର୍ଶକଙ୍କୁ ଆକୃଷ୍ଟ କରିବ ଫିଚର ‘ୟୁଟ୍ୟୁବ ସିଲେକ୍ଟ’

By

Published : May 21, 2020, 6:57 PM IST

ସାନ୍‌ ଫ୍ରାନ୍ସିସ୍କୋ: ନିଜ ନିଜ କମ୍ପାନୀ ଓ ପ୍ରଡକ୍ଟକୁ ପ୍ରମୋଟ କରିବା ପାଇଁ ୟୁଟ୍ୟୁବରେ ଲାଗେ ଆଡଭର୍ଟାଇଜରଙ୍କ ଭିଡ । ଏମିତିରେ ଏହି ଆଡଭର୍ଟାଇଜର କିପରି ଅଧିକ ଲୋକଙ୍କ ସରହ ଯୋଡି ହୋଇପାରିବେ ସେନେଇ ସମାଧାନ ଖୋଜି ବାହାର କରିଛି ୟୁଟ୍ୟୁବ୍‌ । ଲଞ୍ଚ ହୋଇଛି ୟୁଟ୍ୟୁବ୍‌ର ନୂଆ ପିଚର ‘ୟୁଟ୍ୟୁବ୍‌ ସିଲେକ୍ଟ’ । ଏହାକୁ ଗୁଗୁଲର ପ୍ରାଥମିକତା ଓ ପ୍ରାଇମ ପ୍ୟାକ ଆକାରରେ ଡିଜାଇନ କରାଯାଇଛି ।

ୟୁଜର୍ସ କିପରି ୟୁଟ୍ୟୁବ୍‌ରେ ନିଜ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ସଠିକ କଣ୍ଟେଣ୍ଟ ପାଇପାରିବେ, ସେନେଇ ଏହି ପିଚର ଅନେକ ସାହାଯ୍ୟ କରିବ । ୟୁଟ୍ୟୁବ ସିଲେକ୍ଟ ଫିଚର ସାହାଯ୍ୟରେ ୟୁଟ୍ୟୁବ୍‌ ୟୁଜର୍ସଙ୍କୁ ମିକ୍ସ କଣ୍ଟେଣ୍ଟ ବା ଲାଇନଅପ୍‌ ଯୋଗାଇଥାଏ । ଏଥିରେ ୟୁଜର୍ସ ନିଜ ପସନ୍ଦର ଗ୍ଲୋବାଲ ଓ ଲୋକାଲ ବିୟୁଟି, ଫ୍ୟାସନ, ଏଣ୍ଟରଟେନମେଣ୍ଟ, ଟେକ୍ନୋଲୋଜି, ସ୍ପୋର୍ଟ୍ସ ଓ ଅନ୍ୟାନ୍ୟ କଣ୍ଟେଣ୍ଟ ପାଇପାରିବେ ।

ସେପଟେ ଏହି ଫିଚର ଦ୍ବାରା ୟୁଟ୍ୟୁବ୍‌ର ବିଭିନ୍ନ ଟପ୍‌ ଆପ୍‌ ଯଥା ୟୁଟ୍ୟୁବ୍‌ କିଡ୍ସ, ସ୍ପୋର୍ଟ୍ସ ଓ ମ୍ୟୁଜିକରେ ନୂଆ ନୂଆ ଲୋକଙ୍କ ପାଖରେ ସ୍ପନଶରସିପ ଓ ପ୍ରୋଗ୍ରାମ୍ସ ଜରିଆରେ ଆଡଭର୍ଟାଇଜରମାନେ ପହଞ୍ଚିପାରିବେ । ଏନେଇ ସୂଚନା ଦେଇଛନ୍ତି ୟୁଟ୍ୟୁବ ଆଡ୍ସର ପ୍ରଡକ୍ଟ ମ୍ୟାନେଜମେଣ୍ଟ ଉପ-ଅଧ୍ୟକ୍ଷ ବିଶାଲ ଶର୍ମା । ତେବେ କମସ୍କୋରର ସୂଚନା ମୁତାବକ ଘରେ ଥିବା ଅଧିକାଂଶ ଲୋକଙ୍କ ପାଖରେ ୟୁଟ୍ୟୁବର ପହଞ୍ଚ ଖୁବ ଅଧିକ । ଆମେରିକାରେ 100 ମିଲିୟନ ଲୋକେ ଘରେ ଟିଭି ସ୍କ୍ରିନରେ ୟୁଟ୍ୟୁବ ଟିଭି ଦେଖୁଥିବା ଜଣା ପଡିଛି ।

ବିଶାଲ ଏନେଇ ସୂଚନା ଦେଇ କହିଛନ୍ତି କି ୟୁଟ୍ୟୁବ୍‌ ସିଲେକ୍ଟ ଅଧିନରେ କମ୍ପାନୀ ଏକ ଟିଭି ଲାଇନ ଅପ ଲଞ୍ଚ କରିବାକୁ ଯାଉଛି । ଏହା ଆମେରିକାରେ ବର୍ତ୍ତମାନ ଲଞ୍ଚ ହେବାକୁ ଥିବା ବେଳେ ଟାର୍ଗେଟ ହେଉଛି ଟିଭି ଦେଖିବା ସମୟରେ ଲୋକଙ୍କ ପାଖରେ ବିଭିନ୍ନ ବ୍ରାଣଅଡକୁ ପହଞ୍ଚାଇବା । ଏଥିସହ ବ୍ରାଣ୍ଡ ଲିଫ୍ଟ ମେଜରମେଣ୍ଟ ନାମକ ଅନ୍ୟ ଏକ ଫିଚର ମଧ୍ୟ ଲଞ୍ଚ ହେବାକୁ ଯାଉଛି । ଏହା ସାରା ବିଶ୍ବରେ ୟୁଟ୍ୟୁବ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବାର ଯୋଜନା ରହିଛି । ଏହାଦ୍ବାରା ବ୍ରାଣ୍ଡମାନେ ଲୋକଙ୍କଠାରୁ ଫିଡବ୍ୟାକ ପାଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details