ସାନ ଫ୍ରାନ୍ସିସ୍କୋ: ଡେସ୍କଟପ୍, ମୋବାଇଲ ଓ ଟାବଲେଟରେ ନିଜ ୟୁଜର୍ସଙ୍କ ସାହାଯ୍ୟ କରିବା ପାଇଁ ୟୁଟ୍ୟୁବ୍ ଆଣିଛି ନୂଆ ଭିଡିଓ ଚାପଟର । ଏହା ଦ୍ବାରା ୟୁଜର୍ସମାନେ ନିଜ ପସନ୍ଦର ଭିଡିଓ ଫିଡ ପାଇପାରିବେ ଓ ନିଜ ପସନ୍ଦର ଭିଡିଓରେ ଅଧିକେ ସମୟ ବିତାଇ ପାରିବେ । ଏହା କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଅଧିକ ଶାଳୀନତାର ସହ ନିଜ ଭିଡିଓ ପରିବେଷଣ କରିବାର ସୁଯୋଗ ମଧ୍ୟ ଦେବ । ଅନ୍ୟ ଶବ୍ଦରେ କହିଲେ ଏହା ସ୍ବତନ୍ତ୍ର ଭାବେ ଲଙ୍ଗ-ଫର୍ମ ଭିଡିଓ ପାଇଁ ଅଧିକ ଉପଯୋଗୀ ।
ଚାପଟର ଦ୍ବାରା ଏପରି ଭିଡିଓଗୁଡିକୁ ବହି ଆକାରରେ ସଜାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ୟୁଜର୍ସ ଚାହିଁଲେ ନିଜ ଇଚ୍ଛା ମୁତାବକ କିଛି ଅନାବଶ୍ୟକୀୟ ଅଂଶକୁ ସ୍କିପ କରିପାରିବେ । ତେବେ ଏହି ରୋଲ ଆଉଟ ନେଇ ୟୁଟ୍ୟୁବ୍ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇ କହିଥିଲା କି ଅଫିସିଆଲି ଭିଡିଓ ଚାପଟର ରୋଲ ଆଉଟ ହେବା ଆରମ୍ଭ ହୋଇଛି । ଏହି ଚାପଟର ଆସିବା ପରେ ୟୁଜର୍ସ ୟୁଟ୍ୟୁବ୍ରେ ଅଧିକ ସମୟ ଆକ୍ଟିଭ ରହିବା ନେଇ କମ୍ପାନୀ ଆଶା ରଖିଛି ।