ଓଡିଶା

odisha

ETV Bharat / international

ଆପଲ ଟିଭିରେ ଆସିଲା ୟୁଟ୍ୟୁବ କିଡ୍ସ ଆପ୍‌ - ୟୁଟ୍ୟୁବ୍‌

ଏଣିକି ଆପଲ ଟିଭିରେ ଉପଲବ୍ଧ ହୋଇଛି ୟୁଟ୍ୟୁବ୍‌ କିଡ୍ସ ଆପ୍‌ । ଏନେଇ ଗୁରୁବାର ଘୋଷଣା କରିଛି ଗୁଗୁଲ । ଏହାକୁ ବ୍ୟବହାର କରିବା ପାଇଁ ଏବେ ୟୁଜର୍ସ ଏହାକୁ ଆପ୍‌ ଷ୍ଟୋରରୁ ସିଧାସଳଖ ଡାଉନଲୋଡ କରିପାରିବେ ।

apple tv, youtube kids, youtube, technology news, ଆପଲ ଟିଭି, ୟୁଟ୍ୟୁବ କିଡ୍ସ, ୟୁଟ୍ୟୁବ୍‌, ଟେକ୍ନୋଲୋଜି ନ୍ୟୁଜ୍‌
ଆପଲ ଟିଭିରେ ଆସିଲା ୟୁଟ୍ୟୁବ କିଡ୍ସ ଆପ୍‌

By

Published : May 28, 2020, 11:43 PM IST

ସାନଫ୍ରାନ୍ସିସ୍କୋ: ଏଣିକି ଆପଲ ଟିଭିରେ ଉପଲବ୍ଧ ହୋଇଛି ୟୁଟ୍ୟୁବ୍‌ କିଡ୍ସ ଆପ୍‌ । ଏନେଇ ଗୁରୁବାର ଘୋଷଣା କରିଛି ଗୁଗୁଲ । ଏହାକୁ ବ୍ୟବହାର କରିବା ପାଇଁ ଏବେ ୟୁଜର୍ସ ଏହାକୁ ଆପ୍‌ ଷ୍ଟୋରରୁ ସିଧାସଳଖ ଡାଉନଲୋଡ କରିପାରିବେ । ଏହି ଷ୍ଟ୍ରିମିଂ ମିଡିଆ ପ୍ଲେୟାରରେ ଉଭୟ 4K ଓ ଏଚଡି ଭର୍ସନ ଉପଲବ୍ଧ ରହିଛି ।

ଏହି ଆପ୍‌କୁ ଡାଉନଲୋଡ କରିବା ପରେ ବ୍ୟବହାର କରିବାକୁ ହେଲେ ୟୁଜର୍ସଙ୍କୁ କହିବାକୁ ହେବ ‘ହାଏ ସିରି, ଓପନ ୟୁଟ୍ୟୁବ କିଡ୍ସ ।’ ଏହାଛଡା ଆପଣ ଚାହିଁଲେ ନିଜ ୟୁଟ୍ୟୁବ୍‌ ଆକାଉଣ୍ଟରେ ମଧ୍ୟ ସାଇନ ଇନ କରିପାରିବେ । ତେବେ ନିଜ ଆପଲ ଟିଭିରେ ଏହି ଆପ୍‌କୁ ଡାଉନଲୋଡ କରିସାରିବା ପରେ ଏଥିରେ ଆପଣ ଚାହିଁଲେ ସାଇନ କରି ପାରିବେ । ଯଦି ଆପଣ ଏଥିରେ ସାଇନ ଇନ କରିବାକୁ ଚାହୁଁଛନ୍ତି, ତେବେ ଟିଭି ସ୍କ୍ରିନରେ ଥିବା ପ୍ରମ୍ପଟକୁ ଦେଖି ସାଇନ କରନ୍ତୁ ଓ ମଜା ଉଠାନ୍ତୁ ।

ଏହି ଆପ୍‌କୁ ଓପନ କରିବା ପାଇଁ ଆପଣ ସିରି ରିମୋଟର ବ୍ୟବହାର କରିପାରିବେ । ତେବେ ଟିଭିରେ ଆପଣ ୟୁଟ୍ୟୁବ୍‌ ଆକାଉଣ୍ଟରେ ସାଇନ ଇନ କରିବା ଦ୍ବାରା ଆପଣଙ୍କର ପ୍ୟାରେଣ୍ଟ କଣ୍ଟ୍ରୋଲ, ସେଟିଂ ଆଦି ୟୁଟ୍ୟୁବ୍‌ କିଡ୍ସ ଏକ୍ସପିରିୟନ୍ସକୁ ଟ୍ରାନ୍ସଫର ହେବ । ପରବର୍ତ୍ତୀ ସମୟରେ ଆପଣ ଚାହିଁଲେ ଏହି ସେଟିଂକୁ ବଦଳାଇ ମଧ୍ୟ ପାରିବେ । 2015 ମସିହାରେ ୟୁଟ୍ୟୁବ୍‌ କିଡ୍ସ ବିକଶିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ବିଭିନ୍ନ ସ୍ମାର୍ଟ ଟିଭିକୁ ରୋଲ ଆଉଟ କରାଯାଇଥିଲା ।

@IANS

ABOUT THE AUTHOR

...view details