ଓଡିଶା

odisha

ETV Bharat / international

ପଲିସି ଭାଙ୍ଗିବା ଅଭିଯୋଗରେ 6 ଚ୍ୟାନେଲକୁ ବ୍ୟାନ କଲା ୟୁଟ୍ୟୁବ - ପ୍ଲାଟଫର୍ମରେ ଲଗାତାର ବିବାଦୀୟ ଭାଷଣ

ନିଜ ପଲିସି ଭାଙ୍ଗିବା ଅଭିଯୋଗରେ 6ଟି ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ୟୁଟ୍ୟୁବ । ଅଧିକ ପଢନ୍ତୁ...

ପଲିସି ଭାଙ୍ଗିବା ଅଭିଯୋଗରେ 6 ଚ୍ୟାନେଲଙ୍କୁ ୟୁଟ୍ୟୁବର ବ୍ୟାନ୍
ପଲିସି ଭାଙ୍ଗିବା ଅଭିଯୋଗରେ 6 ଚ୍ୟାନେଲଙ୍କୁ ୟୁଟ୍ୟୁବର ବ୍ୟାନ୍

By

Published : Jul 2, 2020, 9:25 AM IST



କାଲିଫର୍ଣ୍ଣିଆ: ନିଜ ପଲିସି ଭାଙ୍ଗିବା ଅଭିଯୋଗରେ 6ଟି ଚ୍ୟାନେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ୟୁଟ୍ୟୁବ । ସେମାନଙ୍କ ଶୋ ପ୍ରସାରଣ ବନ୍ଦ କରିବା ସହ ବ୍ୟାନ କରାଯାଇଛି । ଏମାନଙ୍କ ମଧ୍ୟରେ ଆମେରିକାର ବଡ ବଡ ୟୁଟ୍ୟୁବରଙ୍କ ଚ୍ୟାନେଲ ରହିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ କାନାଡାର ୟୁଟ୍ୟୁବର ଷ୍ଟିଫାନ ମୋଲିନ୍ୟୁକ୍ସ ଏବଂ ଆମେରିକା ୟୁଟ୍ୟୁବର ରିଚାର୍ଡ ସ୍ପେନସରଙ୍କ ଆକାଉଣ୍ଟ ମଧ୍ୟ ବ୍ୟାନ ହୋଇଛି । ଲଗାତାର କମ୍ପାନୀର ପଲିସି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟ ପ୍ରମୁଖ କମ୍ପାନୀ ମଧ୍ୟରେ ଆମେରିକାନ ରେନାଇଜାନ୍ସ, ଆମ୍ରେନ ପୋଡକାଷ୍ଟ ରହିଛନ୍ତି । ଜୁନ୍ 2019ରୁ ଏହି ଆକ୍ସନ ନେବା ଆରମ୍ଭ କରିଛି ୟୁଟ୍ୟୁବ ।

କମ୍ପାନୀ କହିଛି ଯେ ପ୍ଲାଟଫର୍ମରେ ଲଗାତାର ବିବାଦୀୟ ଭାଷଣ ଅବା ମନ୍ତବ୍ୟ ଦେବା ଉପରେ ରୋକ ଲଗାଯାଇଛି । ଏଥିରେ ନିୟମ ଉଲ୍ଲଙ୍ଘନ କରୁଥିବା ଚ୍ୟାନେଲଙ୍କ ବିରୋଧରେ କଡା ପଦକ୍ଷେପ ନିଆଯାଉଛି । ଏବେ ସୁଦ୍ଧା ପ୍ରାୟ 25 ହଜାରରୁ ଅଧିକ ଚ୍ୟାନେଲକୁ ଏହି ଆଧାରରେ ବ୍ୟାନ୍ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ୟୁଟ୍ୟୁବ୍ ପ୍ରକାଶ କରିଛି ।

ABOUT THE AUTHOR

...view details