ଓଡିଶା

odisha

ETV Bharat / international

କୋରୋନା ଇଫେକ୍ଟ: ବନ୍ଦ ହେଲା ବିଶ୍ବର ସର୍ବବୃହତ୍ ରେଡିଓ ଟେଲିସ୍କୋପ ସେଣ୍ଟର - କୋରୋନା ଭାଇରସ

ଚିଲିରେ COVID-19 ବିସ୍ତାର ହେତୁ ବିଶ୍ବର ସର୍ବବୃହତ ରେଡିଓ ଦୂରବୀକ୍ଷଣ ଯନ୍ତ୍ର ପରିଚାଳନା କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 3, 2020, 5:56 PM IST

ସାଣ୍ଟିଆଗୋ: କୋରୋନାର ପ୍ରଭାବରେ ସାରା ବିଶ୍ବ ହନ୍ତସନ୍ତ । ଦିନକୁ ଦିନ ବଢୁଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା । ଏବେ ଚିଲିରେ COVID-19 ବିସ୍ତାର ହେତୁ ବିଶ୍ବର ସର୍ବବୃହତ ରେଡିଓ ଦୂରବିକ୍ଷଣ ଯନ୍ତ୍ର ପରିଚାଳନା କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି ।

ସମସ୍ତ କର୍ମଚାରୀଙ୍କ ସୁସ୍ଥତା ଏବଂ ସ୍ବାସ୍ଥ୍ୟ ପାଇଁ ଦି ଆଟାକାମା ଲାର୍ଜ ମିଲିମିଟର/ସବମିଲିମିଟର ଆରୟା (ALMA )ବନ୍ଦ କରିବାକୁ ଆମେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ନିର୍ଦ୍ଦେଶକ ସଚନ୍ ଡଗର୍ଟି । ମାର୍ଚ୍ଚ 22 ରେ ALMA ବନ୍ଦ ହୋଇଯାଇଥିଲା ଏବଂ ଘୋଷଣା ଅନୁଯାୟୀ ମେ 19 ଠାରୁ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି କୁହାଯାଉଛି । ALMA ହେଉଛି ଉତ୍ତର ଚିଲିର ଆଟାକାମା ମରୁଭୂମିରେ ଅବସ୍ଥିତ 66 ରେଡିଓ ଟେଲିସ୍କୋପ ଆଷ୍ଟ୍ରୋନୋମିକାଲ ଇଣ୍ଟରଫେରୋମିଟର ଯନ୍ତ୍ର ।

ଏଠାରେ ସୂଚନା ଯୋଗ୍ୟ ଯେ, ଚିଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ କୋରୋନା ଭାଇରସରେ 2,738 ଲୋକ ପଜିଟିଭ୍ ରହିଛନ୍ତି । ଅନ୍ୟପଟେ ଦେଶରେ ଏପର୍ଯ୍ୟନ୍ତ କୋରୋନା ଭାଇରସ କାରଣରୁ 12 ଜଣଙ୍କର ମୃତ୍ୟୁ ହୋଇଛି ।

@IANSଇନପୁଟ

ABOUT THE AUTHOR

...view details