ଓଡିଶା

odisha

ETV Bharat / international

ପାଦ ଫଟୋ ବିକ୍ରି କରି ସପ୍ତାହକୁ 43 ହଜାର ରୋଜଗାର କରୁଛନ୍ତି ଯୁବତୀ - Woman makes over Rs 43,000 a week selling pictures of feet

ଇନଷ୍ଟାଗ୍ରାମରେ ପାଦ ଫଟୋ ଅପଲୋଡ କରି ସପ୍ତାହକୁ 43 ହଜାର ରୋଜଗାର କରୁଛନ୍ତି ଜଣେ ଯୁବତୀ । ହଁ ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜର୍ଜିଆର ଜଣେ 23 ବର୍ଷୀୟ ଯୁବତୀ ନିଜ ପ୍ରଫେସନ ଛଡା ଖାଲି ସମୟରେ ଫୁଟ୍ ଫିଟିଶ୍ ମଡେଲିଂ କରି କମାଉଛନ୍ତି ଟଙ୍କା । ଅଧିକ ପଢନ୍ତୁ...

ଇଣ୍ଟରନେଟ୍‌ ରେ ପାଦ ଫଟୋ ବିକ୍ରି କରି ସପ୍ତାହକୁ 43 ହଜାର ରୋଜଗାର କରୁଛନ୍ତି ଯୁବତୀ
ଇଣ୍ଟରନେଟ୍‌ ରେ ପାଦ ଫଟୋ ବିକ୍ରି କରି ସପ୍ତାହକୁ 43 ହଜାର ରୋଜଗାର କରୁଛନ୍ତି ଯୁବତୀ

By

Published : Oct 5, 2020, 1:02 PM IST

ଜର୍ଜିଆ: ଆଜିକାଲି ସୋସିଆଲ ମିଡିଆରେ ସହଜ ଟଙ୍କା ରୋଜଗାର କରିବାର ଅନେକ ଉପାୟ ଅଛି | କୋରୋନା ସମୟରେ ମଧ୍ୟ ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଇଛି । ଯାହା ସମଗ୍ର ବିଶ୍ବରେ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଏକ ଉତ୍ସାହ ଆଣିଦେଇଛି । ଯେଉଁମାନେ ୱେବ୍ ପାଇଁ ବିଷୟବସ୍ତୁ ସୃଷ୍ଟି କରି ଜୀବିକା ନିର୍ବାହ କରନ୍ତି ସେମାନେ ଏବେ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି । ଜର୍ଜିଆର 23 ବର୍ଷୀୟ କେସି ସୋସିଆଲ ମିଡିଆରେ ନିଜ ପାଦର ଚିତ୍ର ବିକ୍ରି କରି ସପ୍ତାହକୁ 43,000 ଟଙ୍କା ରୋଜଗାର କରୁଛନ୍ତି ।

କେସି, ବୃତ୍ତିରେ ଜଣେ ମଡେଲ୍ ଏବଂ ରିସେପ୍ସନିଷ୍ଟ । ନିଜ ପ୍ରଫେସନ ଛଡା ଖାଲି ସମୟରେ ଅନ୍ୟ କିଛି କାମ କରି ଅର୍ଥ ଉପାର୍ଜନ କରିବାକୁ ସେ ପ୍ରଥମେ ଚିନ୍ତା କରିଥିଲେ । ପରେ ଅନଲାଇନରେ ପାଦ ଚିତ୍ର ବିକ୍ରୟ କରି ଲୋକମାନେ କିପରି ରୋଜଗାର କରନ୍ତି ସେ ବିଷୟରେ ଅଧିକ ଜାଣିବାକୁ ସେ ଆଗ୍ରହୀ ଥିଲେ। ଅନଲାଇନରେ ଫୁଟ୍ ଫିଟିସ୍ ଚିତ୍ର ବିଷୟରେ ଅନେକ ମିମ୍ସ ଦେଖିବା ଏବଂ ଅନୁସନ୍ଧାନ କରିବା ପରେ, କେସି ଫୁଟ୍ ଫିଟିଶ୍ ମଡେଲିଂକୁ ଚେଷ୍ଟା କରିବାକୁ ନିଷ୍ପତ୍ତି ନେଇଥିଲେ |

ଏହାପରେ ଇନଷ୍ଟାଗ୍ରାମରେ ତାଙ୍କର ଏକ ପେଜ କରିଥିଲେ । ଯେଉଁଥିରେ ଏବେ ତାଙ୍କର 45 ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି । ଆଉ ସେ ସପ୍ତାହକୁ 43 ହଜାର ଟଙ୍କା ରୋଜଗାର କରୁଛନ୍ତି ।

ABOUT THE AUTHOR

...view details