ଓଡିଶା

odisha

ETV Bharat / international

କୋଭିଡ୍-19 ଯୁଦ୍ଧରେ ଚୀନର୍ ଜନସମ୍ପର୍କ ଅଧିକାରୀର ଭୂମିକା ନିଭାଉଛି WHO, ଟ୍ରମ୍ପଙ୍କ ଭତ୍ସନା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉପରେ ଆସ୍ଥା ହରାଇ କହିଛନ୍ତି ଯେ, ଏହି ସ୍ବାସ୍ଥ୍ୟ ସଂଗଠନ ଚାଇନା ପାଇଁ ଜନସମ୍ପର୍କ ସଂସ୍ଥା ଭଳି କାର୍ଯ୍ୟ କରି ଲଜ୍ଜିତ ହେବା ଉଚିତ୍।

By

Published : May 1, 2020, 1:52 PM IST

covid-19-crisis
କୋଭିଡ୍-19 ଯୁଦ୍ଧରେ ଚୀନର୍ ଜନସମ୍ପର୍କ ଅଧିକାରୀର ଭୂମିକା ନିଭାଉଛି WHO, ଟ୍ରମ୍ପଙ୍କ ଭତ୍ସନା

ନୂଆଦିଲ୍ଲୀ: କୋଭିଡ୍-19 ଭୂତାଣୁ ସଂକ୍ରମଣରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଭୂମିକା ସନ୍ଦେହଜନକ ବୋଲି ପୁଣିଥରେ କହି ଉଭୟ ଚାଇନା ଓ ଡବ୍ଲୁଏଚଓ ଉପରେ ବର୍ଷିଛନ୍ତି ଟ୍ରମ୍ପ୍। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉପରେ ଆସ୍ଥା ହରାଇ କହିଛନ୍ତି ଯେ, ଏହି ସ୍ବାସ୍ଥ୍ୟ ସଂଗଠନ ଚାଇନା ପାଇଁ ଜନସମ୍ପର୍କ ସଂସ୍ଥା ଭଳି କାର୍ଯ୍ୟ କରି ଲଜ୍ଜିତ ହେବା ଉଚିତ୍। ଟ୍ରମ୍ପ ପ୍ରଶାସନ ଡବ୍ଲୁଏଚ ଓ କୁ ଆମେରିକାର ଆର୍ଥିକ ସହାୟତାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଏବଂ କୋଭିଡ୍-19 ବିସ୍ତାରରେ ଵିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଭୂମିକା ବିଷୟରେ ଯାଞ୍ଚ ଆରମ୍ଭ କରିଛି ।

ଗୁରୁବାର ହ୍ଵାଇଟ୍ ହାଉସର ସମ୍ମଳନୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି ଯେ, ମୁଁ ଭାବୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ପାଇଁ ଲଜ୍ଜିତ ହେବା ଉଚିତ କାରଣ ସେମାନେ ଚାଇନା ପାଇଁ ଜନସମ୍ପର୍କ ଵା ଦଲାଲ୍ ସଂସ୍ଥା ପରି କାର୍ଯ୍ୟ କରୁଛନ୍ତି।

ଆମେରିକା ଡବ୍ଲୁଏଚଓ କୁ ବର୍ଷକୁ ପ୍ରାୟ 500 ନିୟୁତ ଡଲାର୍ ଏବଂ ଚାଇନା ସେମାନଙ୍କୁ ବର୍ଷକୁ 38 ମିଲିୟନ୍ ଡଲାର୍ ପ୍ରଦାନ କରେ ବୋଲି ଟ୍ରମ୍ପ କହିଛନ୍ତି। "ଏହା ବହୁତ ଅଧିକ ହେଉ, ଏଥିରେ କିଛି ଫରକ ପଡ଼େ ନାହିଁ। ଯେତେବେଳେ ଲୋକମାନେ ଭୟଙ୍କର ଭୁଲ୍ କରନ୍ତି, ସେତେବେଳେ ସେମାନେ ବାହାନା କରିବା ଉଚିତ୍ ନୁହେଁ। ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। "

ଆମେରିକାର ଵୈଦେଶିକ ସଚିବ ଏକ ଟେଲିଭିଜନ ସାକ୍ଷାତକାରରେ ଅଭିଯୋଗ କରିଛନ୍ତି ଯେ, କୋରୋନା ଭାଇରସରେ ପ୍ରତୀକାର ସ୍ବରୂପ ଵିଭିନ୍ନ ମେଡିସିନ୍ ଵା ମେଡିକାଲ୍ ସାମଗ୍ରୀ ବିଶ୍ୱ ସଂସ୍ଥା ବିତରଣ କରିବାରେ ବିଫଳ ହୋଇଛି। ଏହି ମାମଲାରେ କୌଣସି ଜବାବ ଦେବାରେ ମଧ୍ୟ ସେ ବିଫଳ ହୋଇଛି ।

ଟ୍ରମ୍ପ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଚାଇନା ଆମଦାନୀ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ତାଙ୍କ ପ୍ରଶାସନର କଠୋର ଆଭିମୁଖ୍ୟ ଯୋଗୁଁ ଚଳିତ ବର୍ଷ ଶେଷ ହେବାକୁ ଥିବା ଆମେରିକାର ପ୍ରାଥମିକ ନିର୍ବାଚନରେ ​​ଚାଇନା ତାଙ୍କୁ ନିର୍ବାଚିତ କରିବାକୁ ଚାହୁଁନାହାଁନ୍ତି। ଟ୍ରମ୍ପ କହିଛନ୍ତି ଯେ ଚୀନ୍ ମୋତେ ନିର୍ବାଚିତ ହେବାକୁ ଚାହେଁ ନାହିଁ ଏବଂ ଏହାର କାରଣ ହେଉଛି ଯେ ଆମେ ଚୀନ୍ ଠାରୁ ମାସକୁ କୋଟି କୋଟି ଟଙ୍କା ପାଇଛୁ।

ABOUT THE AUTHOR

...view details