ୱାସିଂଟନ୍: ଆମେରିକା ହ୍ବାଇଟ ହାଉସ ଟ୍ବିଟରରେ ମୋଦିଙ୍କୁ କଲା ଅନଫଲୋ। ପ୍ରଥମ କରି କୌଣସି ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ଫଲୋ କରିବାର ଦିନକ ପରେ ମୋଦିଙ୍କୁ ଅନଫଲୋ କରିଛି ହ୍ବାଇଟ ହାଉସ। ତେବେ ଆମେରିକାରେ କୋରୋନା ପ୍ରକୋପରେ ହା ହା କାର ସୃଷ୍ଟି ହୋଇଥିବା ବେଳେ ମୋଦି HCQ ମେଡିସିନ ଯୋଗାଇ ଦେଶବାସୀଙ୍କୁ ଏହି ସଞ୍ଜୀବନିକୁ ଯୋଗାଇଥିଲେ।
ହ୍ବାଇଟ ହାଉସର ୟୁ ଟର୍ଣ୍ଣ, ଟ୍ବିଟର ହ୍ୟାଣ୍ଡେଲରୁ ମୋଦିଙ୍କୁ କଲା ଅନଫଲୋ - ଆମେରିକା ହ୍ବାଇଟ ହାଉସ
ଆମେରିକା ହ୍ବାଇଟ ହାଉସ ଟ୍ବିଟରରେ ମୋଦିଙ୍କୁ କଲା ଅନଫଲୋ। ପ୍ରଥମ କରି କୌଣସି ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟଙ୍କୁ ଫଲୋ କରିବାର ଦିନକ ପରେ ମୋଦିଙ୍କୁ ଅନଫଲୋ କରିଛି ହ୍ବାଇଟ ହାଉସ।

ଏହି ସମୟରେ ଆମେରିକାର ହ୍ବାଇଟ ହାଉସ ସମେତ ଦେଶର ଅନେକ ନେତୃବୁନ୍ଦ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ। ଏପରିକି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ମୋଦିଙ୍କୁ ଫୋନ କରି ଧନ୍ୟବାଦ ଜଣାଇଥିଲେ। କିନ୍ତୁ ବର୍ତ୍ତମାନ ହ୍ବାଇଟ ହାଉସ ମୋଦିଙ୍କୁ ତାର ଅଫିସିଆଲ ଟ୍ବିଟର ପେଜରୁ ଅନଫଲୋ କରିବାର କାରଣ ଅସ୍ପଷ୍ଟ ରହିଛି।
ହ୍ବାଇଟ ହାଉସର ଅଫିସିଆଲ ଟ୍ବିଟର ପେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାର ଭାରତୀୟ ଦୂତାବାସ ଏବଂ ଭାରତରେ ଥିବା ଆମେରିକା ଦୂତାବାସଙ୍କୁ ଫଲୋ କରୁଥିଲା। ଏମାନଙ୍କ ବ୍ୟତୀତ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ୍ ଜଷ୍ଟରଙ୍କୁ ମଧ୍ୟ ଅନୁସରଣ କରାଯାଇଥିଲା।