ବ୍ରାସିଲିଆ: କୋଭିଡ-19 ରୋଗୀଙ୍କ ପାଇଁ ଡେଲ୍ ଆଣ୍ଟୋନିଆ ଫିଲ୍ଡ ହସ୍ପିଟାଲରେ ମଙ୍ଗଳବାର ଏହାର ଶଯ୍ୟା ସଂଖ୍ୟା ହ୍ରାସ ପାଇଛି । ଏହି ହସ୍ପିଟାଲରେ ମୋଟ 180 ଶଯ୍ୟା ଓ 20 ଆଇସିୟୁ ମଧ୍ୟରୁ 57 ପ୍ରତିଶତ ହିଁ ଭର୍ତ୍ତି ହୋଇଥିଲା । ଏହି କୋଭିଡ-19 ହସ୍ପିଟାଲ ଏପ୍ରିଲ 14ରେ ଖୋଲାଯାଇଥିଲା ।
ଏଠାରେ ରୋଗୀକୁ ଘରର ମାହୋଲ ଦିଆଯିବା ସହ ସେମାନଙ୍କ ସ୍ବଚ୍ଛତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ସେଠାରେ ଡାକ୍ତର ଥିବା ଡ଼ଃ ଡେଣ୍ଟେ କହିଛନ୍ତି ଯେ, ଆମକୁ ରୋଗକୁ ନୁହେଁ ରୋଗୀକୁ ଠିକ୍ କରିବାକୁ ଅଛି । ଏଠାରେ ରୋଗୀଙ୍କୁ ସେମାନଙ୍କ ପରିଜନଙ୍କ ସହ ଭିଡିଓ କଲରେ କଥା କରାଯାଏ । ଯାହା ଫଳରେ ରୋଗୀ ମାନସିକ ସ୍ତରରେ ବେଶ ଖୁୁସି ରହିଥାଏ ।