ୱାଶିଂଟନ: ଚଳିତବର୍ଷ ୱାଶିଂଟନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଧିରିତ ହୋଇଥିବା 3 ପ୍ରତିଶତ ଦରମା ବୃଦ୍ଧି ଯୋଜନାକୁ ରବ୍ଦ କରାଯାଇଛି । କୋରୋନା ମାଡରେ ରାଜ୍ୟ ଅନେକ କ୍ଷତି ସହିଥିବା ବେଳେ ଏହାର ପରିଣାମ ସରକାର କର୍ମଚାରୀଙ୍କୁ ଭୋଗିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ୱାଶିଂଟନ ରାଜ୍ୟପାଲ ଜେ ଇନସଲି । ଜୁଲାଇ 1ରେ ଅନେକ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଗତବର୍ଷ ସାଂସଦରେ ପ୍ରସ୍ତାବ ଅନୁମୋଦିତ ହୋଇଥିଲେ ସୁଦ୍ଧା ସାମ୍ପ୍ରତ୍ତିକ ପରିସ୍ଥିତି ପାଇଁ ଏହି ଯୋଜନାକୁ ବାତିଲ କରାଯାଇଛି ।
ଇନସଲିଙ୍କ ସୂଚନା ମୁତାବକ ରାଜ୍ୟରେ ସମସ୍ତ ଏଜେନ୍ସି ନିର୍ଦ୍ଦେଶକ, ମ୍ୟାନେଜମେଣ୍ଟ ସର୍ଭିସ, ୱାଶିଂଟନ ମ୍ୟାନେଜମେଣ୍ଟ ସର୍ଭିସ କର୍ମଚାରୀ ଓ ବାର୍ଷିକ 53,000 ଡଲାରରୁ ଉର୍ଦ୍ଧ୍ବ ଆୟ ଥିବା କର୍ମଚାରୀଙ୍କ ଦରମା ବୃଦ୍ଧି ହେବ ନାହିଁ । କୋରୋନା ପ୍ରକୋପରେ ୱାଶିଂଟନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଏହା ରାଜ୍ୟର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ଇନସଲି କହିଥିଲେ । ଏହାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି କଠୋର ହେଲେ ବି ଏହାକୁ ନେବାକୁ ପଡୁଛି ବୋଲି ସେ କହିଥିଲେ ।