ଓଡିଶା

odisha

ETV Bharat / international

ଆମାଜନକୁ ୱାଲମାର୍ଟର ଟକ୍କର, ଆସିଲା ଅନ ଟାବଲେଟର ଦୁଇ ନୂଆ ମଡେଲ - ଅନ ଟାବଲେଟ

ଆମାଜନ ପରେ ଏବେ ରିଟେଲ ଜଏଣ୍ଟ ୱାଲମାର୍ଟ ନିଜ ପ୍ରଡକ୍ଟ ‘ଅନ ଟାବଲେଟ’ ଦୁଇଟି ନୂଆ ଓ ଶସ୍ତା ଭର୍ସନ ଲଞ୍ଚ କରିଛି । ଏହି ନୂଆ ଭର୍ସନରେ ରହିଛି 99 ଡଲାରରେ 8 ଇଞ୍ଚର ଟାବଲେଟ ଓ 129 ଡଲାରରେ 10 ଇଞ୍ଚର ଟାବଲେଟ ।

walmart, amazon, onn tablet, technology news, ୱାଲମାର୍ଟ, ଆମାଜନ, ଅନ ଟାବଲେଟ, ଟେକ୍ନୋଲୋଜି ନ୍ୟୁଜ୍‌
ଆମାଜନକୁ ୱାଲମାର୍ଟର ଟକ୍କର, ଆସିଲା ଅନ ଟାବଲେଟର ଦୁଇ ନୂଆ ମଡେଲ

By

Published : May 21, 2020, 11:22 PM IST

ସାନଫ୍ରାନ୍ସିସ୍କୋ: ଆମାଜନ ପରେ ଏବେ ରିଟେଲ ଜଏଣ୍ଟ ୱାଲମାର୍ଟ ନିଜ ପ୍ରଡକ୍ଟ ‘ଅନ ଟାବଲେଟ’ ଦୁଇଟି ନୂଆ ଓ ଶସ୍ତା ଭର୍ସନ ଲଞ୍ଚ କରିଛି । ଏହି ନୂଆ ଭର୍ସନରେ ରହିଛି 99 ଡଲାରରେ 8 ଇଞ୍ଚର ଟାବଲେଟ ଓ 129 ଡଲାରରେ 10 ଇଞ୍ଚର ଟାବଲେଟ । ଏହି ନୂଆ ଟାବଲେଟରେ ରହିଛି ଗୁଗୁଲ ପ୍ଲେ, ଆଣ୍ଡ୍ରଏଡ 10, ୟୁଏସବି-ସି ପୋର୍ଟ ଓ ଏଚଡି ଡିସପ୍ଲେ ।

ସୂଚନା ଅନୁଯାୟୀ 8 ଇଞ୍ଚର ଭର୍ସନରେ ଏଚଡି ଏଲସିଡି ଡିସପ୍ଲେ, 32 ଜିବି ଷ୍ଟୋରେଜ, 2 ଜିବି ରାମ, 2.0GHz ଅକ୍ଟା-କୋର ପ୍ରୋସେସର ଓ 5 ଏମପିର ଫ୍ରଣ୍ଟ ଓ ରିଅର କ୍ୟାମେରା ରହିଛି । ସେହିପରି 10.1 ଇଞ୍ଚର ମଡେଲରେ 1080 ପିକ୍ସେଲ ଡିସପ୍ଲେ, 3 ଜିବି ରାମ ଓ ହେଡଫୋନ ଜ୍ୟାକ ସମେତ 8 ଇଞ୍ଚ ଭର୍ସନର ଅନ୍ୟ ସମସ୍ତ ଫିଚର୍ସ ରହିଛି ।

ଉଭୟ ମଡେଲରେ ବ୍ୟାଟେରୀ ଲାଇଫ 10 ଘଣ୍ଟାର ରହିଥିବା ନେଇ କମ୍ପାନୀ ପ୍ରକାଶ କରିଛି । ସେହିପରି ଉଭୟ ମଡେଲର ଡିସପ୍ଲେ ଚତୁଃପାର୍ଶ୍ବରେ ବଡ ଆକାରର କଳା ରଙ୍ଗର ବ୍ୟାଜେଲ ରହିଛି । ଏଥିସହ ଉଭୟ ମଡେଲରେ ଅନେକ ଇନବିଲ୍ଟ ୱାଲମାର୍ଟ ପ୍ରିଲୋଡ ଦିଆଯାଇଛି । ଯେଉଁଥିରେ ୱାଲମାର୍ଟ ଆପ୍‌, ଭୁଡୁ, ସାମ୍ସ କ୍ଲବ ଓ ୱାଲମାର୍ଟ ଇ-ବୁକ୍ସ ରହିଛି ।

ପ୍ରକାଶ ଯେ 2019ରେ ୱାଲମାର୍ଟ ଅନ ଟାବଲେଟ ଲଞ୍ଚ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details