ୱାଶିଂଟନ: ଆମେରିକାରେ ଜରୁରୀକାଳିନ ଭାବେ ଟିକାକରଣ ପ୍ରକ୍ରିୟା ଜୋରଦାର କରାଯାଇଛି । ଆମେରିକା ଦ୍ବାରା ପ୍ରସ୍ତୁତ ଫାଇଜର ଓ ମଡର୍ଣ୍ଣାକୁ ପ୍ରାଥମିକ ପର୍ଯ୍ୟାୟ ଭାବେ ଟିକା ଭାବେ ବ୍ୟବହାର କରାଯାଉଛି । ପ୍ରଥମେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ କୋରୋନା ଟିକା ନେବା ପରେ ଆଜି ଉପରାଷ୍ଟ୍ରପତି କମଲା ହାରିସ ଟିକା ନେଇଛନ୍ତି ।
ଆମେରିକା ଦ୍ବାରା ପ୍ରସ୍ତୁତ ମଡର୍ଣ୍ଣା ଟିକାକରଣ କରିଛନ୍ତି କମଲା । ସେ ୟୁନାଇଟେଡ ମେଡିକାଲ ସେଣ୍ଟରରୁ ଟିକା ନେଇଛନ୍ତି । ତାଙ୍କୁ କ୍ଲିନିକାଲ ନର୍ସ ମ୍ୟାନେଜର ପାଟ୍ରିସିଆ କମିଙ୍ଗସଙ୍କ ଠାରୁ ଟିକାର ପ୍ରଥମ ଡୋଜ ଦେଇଥିଲେ । କମଲା ହାରିସଙ୍କ ସ୍ବାମୀ ମଧ୍ୟ ଟିକାକରଣ କରିଛନ୍ତି।
ଟିକା ନେବା ପରେ ହାରିସ ଟ୍ବିଟ କରି ସମସ୍ତ ସ୍ବାସ୍ଥ୍ୟକର୍ମୀ, ବୈଜ୍ଞାନିକ ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ଉଦ୍ୟମ ପାଇଁ ଆଜି ମହାମାରୀ ମୁକାବିଲା କରିବାକୁ ଆମେରିକା ସକ୍ଷମ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।