ୱାସିଂଟନ: ନଭେମ୍ବରରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଙ୍କଟ ସମୟରେ ବି ନିର୍ବାଚନ ହେବ ବୋଲି ଜୋର୍ ଦେଇଛନ୍ତି । ଏହି ସମୟରେ ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତଙ୍କୁ ଲାଗୁଥିଲା ଟ୍ରମ୍ପ ନିର୍ବାଚନ ହାରିଲେ ସ୍ବଚ୍ଛତା ପୂର୍ବକ ଯିବେ ନାହିଁ ମାତ୍ର ଏ ସମସ୍ତ ଆଶା ଆଶଙ୍କାକୁ ସମାପ୍ତ କରି ଟ୍ରମ୍ପ କହିଛନ୍ତି ମୁଁ ହାରିଲେ ସ୍ବଚ୍ଛତା ପୂର୍ବକ ଅଫିସରୁ ବାହାରି ଯିବି । ମାତ୍ର ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ମୁଁ ହାରିଲି ତେବେ ଆମେରିକା ପାଇଁ ଖରାପ ହେବ ।
ନିର୍ବାଚନ ହାରିଗଲେ ଶାନ୍ତିପୂର୍ଣ୍ଣ ଭାବେ ଅଫିସ୍ ଛାଡିବି: ଟ୍ରମ୍ପ
ନଭେମ୍ବରରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଙ୍କଟ ସମୟରେ ବି ନିର୍ବାଚନ ହେବ ବୋଲି ଜୋର୍ ଦେଇଛନ୍ତି ।
ଶୁକ୍ରବାର ଏକ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ସାକ୍ଷାତକାରରେ ସେ ଏହା କହିଛନ୍ତି । ସେ କହିଛନ୍ତି,‘ ଯଦି ମୁଁ ନିର୍ବାଚନ ହାରିଯାଏ ତ ମତେ ଲାଗୁଛି କି ଦେଶ ପାଇଁ ବହୁତ ଖରାପ ହେବ’ । ଆଗକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକ ପାର୍ଟିର ଟ୍ରମ୍ପଙ୍କ ମୁକାବିଲା ଡେମୋକ୍ରିଟିକ୍ ପାର୍ଟିର ଜୋ ବିଡେନ କରିବେ । ଟ୍ରମ୍ପଙ୍କ 3 ବର୍ଷର କାର୍ଯ୍ୟକାଳ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧିଭରା ରହିଛି । ମାତ୍ର ବିଗତ କିଛି ଦିନ ହେବ କୋରୋନା ଆତଙ୍କ ପ୍ରାୟ 1 ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହୋଇଛି । ଅର୍ଥବ୍ୟବସ୍ଥାକୁ ଆଘାତ ଲାଗିଥିବା ବେଳେ କୃଷ୍ଣକାୟ ଲୋକଙ୍କ ଆନ୍ଦୋଳନ ସମ୍ପୁର୍ଣ୍ଣ ଆମେରିକାକୁ ଅସ୍ଥିର କରିଦେଇଛି ।