ଓଡିଶା

odisha

ETV Bharat / international

କୋଭିଡ-19 ଭ୍ୟାକ୍ସିନ ପ୍ରୋଜେକ୍ଟରେ ଭାରତ ସହ କାମ କରୁଛି ଆମେରିକା - ଭାରତ- ଆମେରିକା ସମ୍ପର୍କ

ଚଳିତବର୍ଷ ଶେଷ ସୁଦ୍ଧା ମହାମାରୀ କୋରୋନାର ପ୍ରତିଷେଧକ ଟୀକା ଆବିଷ୍କାର କରିବା ପାଇଁ ଆରମ୍ଭ ହୋଇଛି ପ୍ରୋଜେକ୍ଟ ‘ଅପରେସନ ୱାର୍ପ ସ୍ପିଡ’ । ଏହି ପ୍ରୋଡେକ୍ଟରେ ଆମେରିକା ଭାରତ ସହ ମିଶି କାର୍ଯ୍ୟ କରୁଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

operation warp speed, covid-19 vaccine project, india-america relation, donald trump, ଅପରେସନ ୱାର୍ପ ସ୍ପିଡ, କୋଭିଡ-19 ଭ୍ୟାକ୍ସିନ ପ୍ରୋଜେକ୍ଟ, ଭାରତ- ଆମେରିକା ସମ୍ପର୍କ, ଡୋନାଲ୍ଡ ଟ୍ରମ୍ପ
କୋଭିଡ-19 ଭ୍ୟାକ୍ସିନ ପ୍ରୋଜେକ୍ଟରେ ଭାରତ ସହ କାମ କରୁଛି ଆମେରିକା

By

Published : May 16, 2020, 12:50 AM IST

ନ୍ୟୁୟର୍କ: ଚଳିତବର୍ଷ ଶେଷ ସୁଦ୍ଧା ମହାମାରୀ କୋରୋନାର ପ୍ରତିଷେଧକ ଟୀକା ଆବିଷ୍କାର କରିବା ପାଇଁ ଆରମ୍ଭ ହୋଇଛି ପ୍ରୋଜେକ୍ଟ ‘ଅପରେସନ ୱାର୍ପ ସ୍ପିଡ’ । ଏହି ପ୍ରୋଜେକ୍ଟରେ ଆମେରିକା ଭାରତ ସହ ମିଶି କାର୍ଯ୍ୟ କରୁଥିବା ନେଇ ଶୁକ୍ରବାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ ହାଉସରେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଟ୍ରମ୍ପ କହିଛନ୍ତି କି ଆମେରିକା ଭାରତ ସହ ଅତି ନିକଟତର ଭାବେ କାର୍ଯ୍ୟ କରୁଛି । ଏହି ଅବସରରେ ସେ ଭାରତୀୟ-ଆମେରିକୀୟଙ୍କ ଏହି ପ୍ରୋଜେକ୍ଟରେ ଅବଦାନକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଆମେରିକାରେ ଭାରି ମାତ୍ରାରେ ଭାରତୀୟ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ବର୍ତ୍ତମାନ ବରିଷ୍ଠ ବୈଜ୍ଞାନିକ ଓ ଗବେଷକ ଆକାରରେ ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରୁଛନ୍ତି । ଫେବୃଆରୀ ମାସର ଭାରତ ଯାତ୍ରାକୁ ମନେ ପକାଇ ଟ୍ରମ୍ପ ଗଣମାଧ୍ୟମ ଜରିଆରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନେ ପକାଇଥିଲେ । ତେବେ ପୂର୍ବରୁ ଟ୍ରମ୍ପ କହିଥିଲେ କି ଆମେରିକାରେ ତିଆରି ହେଉଥିବା ଭ୍ୟାକ୍ସିନକୁ ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ବ୍ୟବହାର କରିପାରିବେ । ଏଥିରେ କୌଣସି ପ୍ରତିବନ୍ଧକ ନାହିଁ । କାରଣ ମହାମାରୀ ସମୟରେ ଆମେରିକା ନିଜ ଲାଭ କି କ୍ଷତି ଦେଖୁନାହିଁ । ବର୍ତ୍ତମାନ ବିଶ୍ବରୁ ଏହି ସଂକ୍ରମଣ ମୂଳପୋଛ ହେବା ଦରକାର । ଏଥିପାଇଁ ସବୁପ୍ରକାର ସହଯୋଗ ପାଇଁ ଆମେରିକା ପ୍ରସ୍ତୁତ ଥିବା ସେ କହିଥିଲେ ।

ତେବେ ‘ଅପରେସନ ୱାର୍ପ ସ୍ପିଡ’ ସମ୍ପର୍କରେ ଟ୍ରମ୍ପ କହିଛନ୍ତି କି ଏହାର ଲକ୍ଷ୍ୟ ହେଉଛି ବର୍ଷ ଶେଷ ସୁଦ୍ଧା କୋରୋନା ସମ୍ବନ୍ଧରେ ବିଶ୍ବକୁ ଏକ ବଡ ଉପଲବ୍ଧି ଦେବା । ହେଲେ ବର୍ଷ ଶେଷ ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରହିଛି । ଆଉ ଯଦି ଏଥିରେ ଭାରତ ଓ ଆମେରିକା ସଫଳ ହୁଏ ତେବେ ଏହାର ଲାଭ ସାରା ବିଶ୍ବ ଉଠାଇପାରିବ ବୋଲି ଟ୍ରମ୍ପ ଆଶ୍ବାସନା ଦେଇଛନ୍ତି ।

@IANS

ABOUT THE AUTHOR

...view details