ୱାସିଂଟନ: କୋରୋନାର ଦ୍ବିତୀୟ ଲହର ବର୍ତ୍ତମାନ ଭାରତରେ ତାଣ୍ଡବଲୀଳା ରଚୁଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ସଂକ୍ରମିତ ହେଉଥିବାବେଳେ ଶହ ଶହ ସଂଖ୍ୟାରେ ମୃତ୍ୟୁ ଘଟୁଛି । ଇତିମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଭୁଷୁଡିବାରେ ଲାଗିଲାଣି । ଏପରିସ୍ଥଳେ ସାରା ବିଶ୍ବରୁ ବର୍ତ୍ତମାନ ଭାରତକୁ ସହାୟତାର ସୁଅ ଛୁଟୁଛି । ସେହିଭଳି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଭାରତର ଏଭଳି ସଙ୍କଟ ସମୟରେ ଜରୁରୀକାଳୀନ ଆବଶ୍ୟକତା ଯୋଗାଇବା ଦିଗରେ ଘନିଷ୍ଠ ଭାବେ କାର୍ଯ୍ୟ କରୁଛି ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଆମେରିକା ସରକାର ଭାରତକୁ 100 ମିଲିୟନ ଡଲାର ବା 10 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ଆମେରିକାର ଘରୋଇ କ୍ଷେତ୍ରରୁ ମୋଟ 400 ମିଲିୟନ ଡଲାର ସହାୟତା ଭାରତକୁ ମିଳିଛି । ଏନେଇ ଆମେରିକାର ପ୍ରଦେଶ ବିଭାଗର ମୁଖପାତ୍ରନେଡ ପ୍ରାଇସ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣାମଧ୍ୟମକୁ କହିଛନ୍ତି ।