ୱାଶିଂଟନ: ଭାରତକୁ ଲାଗିଲା ଝଟକା । ଇରାନ ଠାରୁ ତେଲ କିଣିବା ଏବେ ଭାରତକୁ ପଡିପାରେ ମହଙ୍ଗା । କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରୁ ତେଲ ଆମଦାନୀ ବନ୍ଦ କରିବା କଥା ନିଷ୍ପତ୍ତି ନେଇଛନ୍ତି । ଇରାନରୁ ଯେଉଁ ଯେଉଁ ଦେଶକୁ ତେଲ ଆମଦାନୀ ହେଉଛି ସେହି ଦେଶ ଉପରେ ଆମେରିକା ଲଗାଇବ କଟକଣା । ରାଷ୍ଟ୍ରପତି ହ୍ବାଇଟ ହାଉସରେ ସୋମବାର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି ।
ଭାରତକୁ ଝଟକା,ଇରାନରୁ ତେଲ କିଣା ଉପରେ ଲାଗିବ କଟକଣା ! - oil
ଭାରତକୁ ଲାଗିଲା ଝଟକା । ଇରାନ ଠାରୁ ତେଲ କିଣିବା ଏବେ ଭାରତକୁ ପଡିପାରେ ମହଙ୍ଗା । କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରୁ ତେଲ ଆମଦାନୀ ବନ୍ଦ କରିବା କଥା ନିଷ୍ପତ୍ତି ନେଇଛନ୍ତି । ଇରାନରୁ ଯେଉଁ ଯେଉଁ ଦେଶକୁ ତେଲ ଆମଦାନୀ ହେଉଛି ସେହି ଦେଶ ଉପରେ ଆମେରିକା ଲଗାଇବ କଟକଣା ।
ଇରାନ ତୈଳ ଭାରତ, ଚୀନ, ତୁର୍କୀ, ଜାପାନ ଓ ଦକ୍ଷିଣ କୋରିଆ ଭଳି 8ଟି ଦେଶକୁ ଆମଦାନୀ କରିଥାଏ। କିନ୍ତୁ ଯଦି ଏହି ତୈଳ ଆମଦାନୀ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଏ। ତେବେ ଅଧିକ କ୍ଷତି ସହିବାକୁ ପଡିବ ଭାରତ ଏବଂ ଚୀନକୁ। କାରଣ ଏହି ଦୁଇ ଦେଶକୁ ଇରାନ ଅଧିକ ତୈଳ ଆମଦାନୀ କରିଥାଏ। ଅନ୍ୟପଟେ ଯଦି ଭାରତ ଏହି କଟକଣାକୁ ନମାନେ, ଇରାନ ଠାରୁ ତୈଳ ଆମଦାନୀ ବନ୍ଦ ନକରେ ତେବେ ଆମେରିକା ସହ ଭାରତର ଦ୍ବିପାକ୍ଷିକ ସଂପର୍କରେ ଦେଖାଦେଇପାରେ ତିକ୍ତତା ।
ଆମେରିକାର ଏହି ନିଷ୍ପତ୍ତି ପରେ ଭାରତର ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଆମେ ଆମେରିକାର ଘୋଷଣା ବିଷୟରେ ଅବଗତ ରହିଛୁ। ବର୍ତ୍ତମାନ ଏହାକୁ ନେଇ କୌଣସି ବୟାନ ଦେଇପାରିବୁନାହିଁ ।