ୱାଶିଂଟନ: ଚୀନ୍ ବିରୋଧରେ ଦୁଇ ଦିନ ତଳେ ଭାରତ ନେଇଛି ଶକ୍ତ ପଦକ୍ଷେପ । ଭାରତୀୟ ମାର୍କେଟରେ ବିନିଯୋଗ କରିଥିବା ଚୀନର 59ଟି ଆପକୁ ବନ୍ଦ କରିଛନ୍ତି ଭାରତ ସରକାର । ତେବେ ଭାରତର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି ଆମେରିକା ।
ଭାରତର ଆପ୍ ବ୍ୟାନ୍ ନିଷ୍ପତ୍ତିକୁ ଆମେରିକାର ସ୍ବାଗତ - ଚୀନ୍ ଆପ୍ ବ୍ୟାନ୍
ୟୁଏସ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ ପୋମ୍ପେଓ ବୁଧବାର ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଏହା ଭାରତର ସାର୍ବଭୌମତ୍ବ ଏବଂ ଜାତୀୟ ସୁରକ୍ଷାକୁ ଦୃଢ କରିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...
ୟୁଏସ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ ପୋମ୍ପେଓ ବୁଧବାର ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଏହା ଭାରତର ସାର୍ବଭୌମତ୍ବ ଏବଂ ଜାତୀୟ ସୁରକ୍ଷାକୁ ଦୃଢ କରିବ ବୋଲି ସେ କହିଛନ୍ତି । ଚୀନର ଗୁଇନ୍ଦାଗିରିକୁ ଏହା ଏକ ଶକ୍ତ ଧକ୍କା । ଆପ୍ ଦ୍ବାରା ଚୀନର କମ୍ୟୁନିଷ୍ଟ ସରକାର ଭାରତ ଉପରେ ନଜର ରଖିଥିଲେ । ଭାରତର ଜାତୀୟ ସୁରକ୍ଷାକୁ ଶକ୍ତିଶାଳୀ କରିବା ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ପୋମ୍ପେଓ କହିଛନ୍ତି ।
ପ୍ରକାଶ ଥାଉ କି ସୋମବାର ଚୀନର 59ଟି ଆପ୍ ବ୍ୟାନ୍ କରିଛି ଭାରତ । ଏଥିମଧ୍ୟରେ ସବୁଠାରୁ ଲୋକପ୍ରିୟ ଟିକଟକ୍ ଏବଂ ୟୁସି ବ୍ରାଉଜର ରହିଛି । ଭାରତର ସୁରକ୍ଷା ପ୍ରତି ଏମାନେ ବିପଦ ବୋଲି ଦର୍ଶାଇ ଏପରି ପଦକ୍ଷେପ ନେଇଛନ୍ତି ଭାରତ ସରକାର । ତେବେ ଗଲୱାନ ଉପତ୍ୟକାରେ ବିବାଦ ପରେ ଏହି ପଦକ୍ଷେପ ନେବାକୁ ଦେଶବ୍ୟାପୀ ଦାବି ହୋଇଥିଲା ।