ୱାସିଂଟନ୍: ଆଜି ରଙ୍ଗର ପର୍ବ ହୋଲି। ଖୁସିର ରଙ୍ଗରେ ରଙ୍ଗୀନ ହୋଇ ସମସ୍ତେ ମସଗୁଲ ଥିବା ବେଳେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ରଙ୍ଗର ଏହି ନିଆରା ପର୍ବରେ ବିଦେଶରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଭାରତବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି।
ହୋଲିର ଶୁଭେଚ୍ଛା ଦେଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ - US Vice President Greeting On Holi
ହୋଲିର ଶୁଭେଚ୍ଛା ଜଣାଇଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ। ସବୁ ରାଗ ରୁସା ଭୁଲ ଏହି ପର୍ବ ପାଳନ କରାଯାଏ ବୋଲି ସେ କମଲା ହାରିସ କହିଛନ୍ତି। ଅଧିକ ପଢନ୍ତୁ...
![ହୋଲିର ଶୁଭେଚ୍ଛା ଦେଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ହୋଲିର ଶୁଭେଚ୍ଛା ଜଣାଇଲେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ](https://etvbharatimages.akamaized.net/etvbharat/prod-images/768-512-11197904-602-11197904-1616985766309.jpg)
''ଏହି ପର୍ବ ସକରାତ୍ମକ ମନୋଭାବ ନେଇ ଆସିଥାଏ, ପୂର୍ବର ସବୁ ରାଗ ରୁଷା ଭୁଲି ସମସ୍ତେ ଏକାଠି ହୋଇଥାନ୍ତି । ହୋଲିର ଶୁଭେଚ୍ଛା ! ଏହି ପର୍ବ ବିଭିନ୍ନ ରଙ୍ଗର ମିଳନ, ଯାହା ସାଙ୍ଗସାଥୀ ସହ ଖେଳାଯାଏ। ଆନନ୍ଦ ଉତ୍ସାହର ଏହି ପର୍ବ ସମସ୍ତଙ୍କୁ ମିଶେଇଥାଏ। ଏକ ବାର୍ତ୍ତା ଯାହା ଏହି କଠିନ ସମୟରେ ସମଗ୍ର ବିଶ୍ୱରେ ସମ୍ପ୍ରଦାୟକୁ ବାନ୍ଧି ରଖିଛି ବୋଲି କମଲା ହାରିସ ଟ୍ବିଟ କରି ଲେଖିଛନ୍ତି।''
ଚଳିତବକ୍ଷ ହୋଲି ମାର୍ଚ୍ଚ 29ରେ ପାଳନ କରାଯାଉଛି। ଏହା ମୁଖ୍ୟତ ହିନ୍ଦୁ ପର୍ବ ହୋଇଥିଲେ ମଧ୍ୟ ଏହାକୁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରନ୍ତି। ଏହା ଦେଶରେ ବସନ୍ତ ଋତୁର ଆଗମନକୁ ସୂଚାଇଥାଏ। ଲୋକମାନେ ଏହି ପର୍ବକୁ ମିଠା,ପିଠା, ଥଣ୍ଡା ପାନୀୟ ଆଦି ଗ୍ରହଣ କରି ଉତ୍ସବ ପାଳନ କରନ୍ତି। ହୋଲିର ଦିନକ ପୂର୍ବରୁ ହୋଲିକା ଦହନ କରାଯାଏ। ଯାହା ଅସତ୍ୟ ଉପରେ ସତ୍ୟର ବିଜୟ ବୋଲି କୁହାଯାଏ।