ଓଡିଶା

odisha

ETV Bharat / international

ଆଗାମୀ ସପ୍ତାହ ରିଲିଜ ହେବ ଆମେରିକାର ଦ୍ବିତୀୟ କୋଭିଡ-19 ରିଲିଫ ପ୍ୟାକେଜ

ଆଗାମୀ ସପ୍ତାହ ରିଲିଜ ହେବ ଆମେରିକାର ଦ୍ବିତୀୟ ରିଲିଫ ପ୍ୟାକେଜ । ଏନେଇ ଆମେରିକୀୟ ସିନେଟ ରିପବ୍ଲିକାନ ଓ ରାଷ୍ଟ୍ରପତି ଜୋନଲ୍ଡ ଟ୍ରମ୍ପଙ୍କ ପ୍ରଶାସକ ମଣ୍ଡଳୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଛନ୍ତି ।

covid-19 relief package in us, covid-19 relief package, corona ituation in us, corona fight in us, us latest news, ଆମେରିକାରେ କୋଭିଡ-19 ରିଲିଫ ପ୍ୟାକେଜ, କୋଭିଡ-19 ରିଲିଫ ପ୍ୟାକେଜ, ଆମେରିକାରେ କୋରୋନା ସ୍ଥିତି, ଆମେରିକାରେ କୋରୋନା ମୁକାବିଲା, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ଆଗାମୀ ସପ୍ତାହ ରିଲିଜ ହେବ ଆମେରିକାର ଦ୍ବିତୀୟ କୋଭିଡ-19 ରିଲିଫ ପ୍ୟାକେଜ

By

Published : Jul 24, 2020, 8:59 PM IST

ୱାଶିଂଟନ: ଆମେରିକାରେ କୋରୋନା ମୁକାବିଲା ପାଇଁ ମାର୍ଚ୍ଚ ମାସରେ ପ୍ରସ୍ତୁତ ହୋଇଥିଲା 2.2 ଟ୍ରିଲିୟନ ଡଲାରର ବଜେଟ । ଏଥିରେ ଚାରିମାସ ପାଇଁ ବିଭିନ୍ନ ଦିଗକୁ ନଜରରେ ରଖି ଆର୍ଥିକ ସହାୟତା ଯେଗାଇ ଦେବା ପାଇଁ ଯୋଜନା ହୋଇଥିଲା । ଏଥିମଧ୍ୟରୁ ଅନେକ ଯୋଜନାର ବୈଧତା ଚଳିତମାସ ଶେଷସୁଦ୍ଧା ସରିବାକୁ ଥିବା ବେଳେ ଆଗାମୀ ସପ୍ତାହ ସୁଦ୍ଧା ପ୍ରସ୍ତୁତ ହେବ ନୂଆ ବଜେଟ ଖସଡା । ଏନେଇ ଆମେରିକୀୟ ସିନେଟ ରିପବ୍ଲିକାନ ଓ ରାଷ୍ଟ୍ରପତି ଜୋନଲ୍ଡ ଟ୍ରମ୍ପଙ୍କ ପ୍ରଶାସକ ମଣ୍ଡଳୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଛନ୍ତି ।

ଏହି ଆଲୋଚନାରେ ଆଗାମୀ ପ୍ୟାକେଜର ବଜେଟ ତଥା ସ୍କୁଲ, କଲେଜ ଓ କାର୍ଯ୍ୟାଳୟ ଆଦି ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏନେଇ ସୂଚନା ଦେଇଛନ୍ତି ସିନେଟର ନେତା ମିଚ୍‌ ମ୍ୟାକକୋନେଲ ସୂଚନା ଦେଇଛନ୍ତି । ଆଗାମୀ ସପ୍ତାହରେ ଏସମସ୍ତ ପ୍ରସଙ୍ଗରେ ସିନେଟ ରିପବ୍ଲିକାନ ନିଜ ପ୍ରସ୍ତାବ ଦାଖଲ କରିବା ନେଇ ଜଣା ପଡିଛି । ଏହି ପ୍ରସ୍ତାବରେ ମୁଖ୍ୟତଃ ଶିଶୁଙ୍କ ସ୍ବାସ୍ଥ୍ୟ, ସାଧାରଣ ସ୍ବାସ୍ଥ୍ୟ ଓ ଚାକିରୀ ଆଦି ପୁଣି ସ୍ବାଭାବିକ କରିବା ଦିଗରେ ସେମାନେ ଆଲୋଚନା କରିବେ । ତେଣୁ ସିନେଟ ଅତିରିକ୍ତ ଏକ ସପ୍ତାହର ସମୟ ମାଗିଥିବା ଜଣା ପଡିଛି ।

ମ୍ୟାକକୋନାଲ ଏହା ମଧ୍ୟ କହିଛନ୍ତି କି ଆମେରିକାରେ ସ୍ଥିତି ସ୍ବାଭାବିକ କରିବା ସହ ଅର୍ଥନୀତିର ପୁନରୁଦ୍ଧାର ପାଇଁ କେୟାର୍ସ ଧାରାର ପରିକଳ୍ପନା କରାଯାଇଥିଲା । ଆଗାମୀ ସପ୍ତାହରେ କେୟାର୍ସର ଦ୍ବିତୀୟ ପର୍ଯ୍ୟାୟ ଯୋଜନା ଆଗତ ହେବ । ସେପଟେ ଏନେଇ ଟ୍ରେଜେରୀ ସଚିବ ଷ୍ଟିଭେନ ମୁଚିନଙ୍କ କହିବା ଅନୁଯାୟୀ କେୟାର୍ସ ଧାରା ଅଧିନସ୍ଥ ସାପ୍ତାହିକ 600ଡଲାର ବେରୋଜଗାର ଭତ୍ତାକୁ ଚଳିତ ଥର ବୃଦ୍ଧି କରାଯିବ ନାହିଁ । ବରଂ ପ୍ରତିବଦଳରେ ଏହାକୁ ଶ୍ରମିକଙ୍କ ଦରମା ସମତୁଲ୍ୟ କରାଯିବା ନେଇ ଜଣା ପଡିଛି ।

ମୁଚିନ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ପ୍ରଚଳିତ ନୀତିରେ ଚଳିତଥର ଅନେକ ପରିବର୍ତ୍ତନ କରାଯିବାର ଯୋଜନା ରହିଛି । କାରଣ ଲୋକଙ୍କ ଘରେ ରହି କାମ କରିବା ପାଇଁ ସରକାର ସେମାନଙ୍କୁ ଆଉ ଆର୍ଥିକ ସହାୟତା ଯୋଗାଇ ପାରିବେ ନାହିଁ । ବରଂ ଯେଉଁମାନେ ଏବେ ଘରୁ ବାହାରି ରୋଜଗାରର ସନ୍ଧାନରେ ଅଛନ୍ତି ସେମାନଙ୍କୁ କିପରି ସର୍ବନିମ୍ନ ଆର୍ଥିକ ସହାୟତା ମିଳିପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ଏଥିସହ ଦୀର୍ଘ ଦିନ ଧରି ଟ୍ରମ୍ପ ପେରୋଲ ଟ୍ୟାକ୍ସ ଛାଡ ପାଇଁ ଯୋଜନା କରୁଥିବା ବେଳେ ଏହା ରିଲିଫ ପ୍ୟାକେଜର ଅଂଶ ରହିବ ନାହିଁ ବୋଲି ମୁଚିନ ସ୍ପଷ୍ଟ କରିଛନ୍ତି ।

ନୂତନ ଚତୁର୍ମାସିକ ରିଲିଫ ପ୍ୟାକେଜ ଘୋଷଣା ଆମେରିକୀୟ ଆଇନଜୀବୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇଥିବା ଦେଖାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ଆମେରିକାରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 4,034,831ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 144,242ରେ ପହଞ୍ଚିଥିବା ଜଣା ପଡିଛି ।

@IANS

ABOUT THE AUTHOR

...view details