ୱାଶିଂଟନ : ଫାଇଜର୍ ଠାରୁ 500 ମିଲିୟନ ଡୋଜ୍ କୋଭିଡ-19 ଟିକା କିଣିବ ଆମେରିକା । କୋଭାକ୍ସ ମିଳିତ ସଂଗଠନ ଅଧିନରେ ଥିବା 92ଟି ଦେଶକୁ ଟିକା ବାଣ୍ଟିବ ଆମେରିକା । 92ଟି ନିମ୍ନ ଆୟକାରୀ ଦେଶ ଓ ଆଫ୍ରିକୀୟ ୟୁନିୟନ ପାଇଁ ଟିକା କିଣିବ ଆମେରିକା । ଗ୍ରୁପ୍ ଅଫ୍ ସେଭେନ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି । 100 ମିଲିୟନ୍ ଲୋକଙ୍କୁ ସମ୍ପୂର୍ଣ୍ଣରୂପେ ସୁରକ୍ଷା ଦେବା ପାଇଁ ଦୁଇ ଶହ ନିୟୁତ ଡୋଜ ଚଳିତ ବର୍ଷ ବଣ୍ଟାଯିବ ଏବଂ 2022 ର ପ୍ରଥମାର୍ଦ୍ଧରେ ବାକି ଥିବା ଟିକା ବଣ୍ଟାଯିବ ।
ହ୍ବାଇଟ ହାଉସ ବିଦେଶରେ 25 ନିୟୁତ ଡୋଜ ଟିକା ପ୍ରଦାନ କରିବାର ଯୋଜନା ଘୋଷଣା କରିବାର ଏକ ସପ୍ତାହ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପ୍ରକାଶଥାଉକି, ମୁଖ୍ୟତଃ ମିଳିତ ଜାତିସଂଘ ସମର୍ଥିତ COVAX କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷିଣ ଏବଂ ମଧ୍ୟ ଆମେରିକା, ଏସିଆ, ଆଫ୍ରିକା ଏବଂ ଅନ୍ୟମାନଙ୍କୁ ଟିକା ଦିଆଯିବ ।