ୱାଶିଂଟନ: ଡେଲାୱେରରେ ଆମେରିକାରର ସର୍ବବୃହତ୍ତ ହନୁମାନ ମୂର୍ତ୍ତି ନିର୍ମିତ ହୋଇଛି । 25 ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ଦେଶର ସର୍ବବୃହତ୍ତ ହିନ୍ଦୁ ପ୍ରତିମୂର୍ତ୍ତି ବୋଲି ଜଣା ପଡିଛି ।
ସ୍ଥାନୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଏହି ମୂର୍ତ୍ତି କଳା ଗ୍ରେନାଇଡରେ ନିର୍ମିତ ହୋଇଛି । ଏହାକୁ ନିର୍ମାଣ କରିବାକୁ 1 ବର୍ଷ ସମୟ ଲାଗିଥିଲା । ମୂର୍ତ୍ତିଟିକୁ ଜଣେ କାରିଗର ଦ୍ବାରା ନିର୍ଦ୍ଧାରିତ ପ୍ରକ୍ରିୟାରେ ନିର୍ମାଣ କରାଯାଇଥିଲା । ଏହାପରେ ମୂର୍ତ୍ତିକୁ ମନ୍ଦିରରେ ପହଞ୍ଚାଯାଇଥିଲା । ଏହାପରେ ମନ୍ଦିର ପୂଜକ ଏହାକୁ ରୀତିନୀତି ଅନୁଯାୟୀ ମନ୍ଦିରରେ ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକା ହିନ୍ଦୁ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ପ୍ରତିବନ୍ଦା ଶର୍ମାଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା ।