ଓଡିଶା

odisha

By

Published : Apr 29, 2021, 10:23 AM IST

ETV Bharat / international

୧୦୦ ମିଲିୟନ ଡଲାରରୁ ଊର୍ଦ୍ଧ୍ବ କୋଭିଡ୍‌ ରିଲିଫ୍ ସାମଗ୍ରୀ ପଠାଇବ ଆମେରିକା, ଆଜି ଭାରତରେ ପହଞ୍ଚିବ ପ୍ରଥମ ବିମାନ

ଆଗାମୀ ଦିନମାନଙ୍କରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୧୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର କୋଭିଡ୍‌-୧୯ ରିଲିଫ୍ ସାମଗ୍ରୀ ପଠାଇବ । ସେହି ଅନୁସାରେ, ଜରୁରୀକାଳୀନ ସ୍ବାସ୍ଥ୍ୟରକ୍ଷା ସାମଗ୍ରୀ ନେଇ ପ୍ରଥମ ବିମାନ ଭାରତ ଅଭିମୁଖେ ଯାତ୍ରା କରିଥିବା କଥା ହ୍ବାଇଟ୍‌ ହାଉସ୍ କହିଛି । ଅଧିକ ପଢନ୍ତୁ...

୧୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ବ କୋଭିଡ୍‌ ରିଲିଫ୍ ସାମଗ୍ରୀ ପଠାଇବ ଆମେରିକା
୧୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ବ କୋଭିଡ୍‌ ରିଲିଫ୍ ସାମଗ୍ରୀ ପଠାଇବ ଆମେରିକା

ୱାସିଂଟନ୍: ଆଗାମୀ ଦିନମାନଙ୍କରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୧୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର କୋଭିଡ୍‌-୧୯ ରିଲିଫ୍ ସାମଗ୍ରୀ ପଠାଇବ । ସେହି ଅନୁସାରେ, ଜରୁରୀକାଳୀନ ସ୍ବାସ୍ଥ୍ୟରକ୍ଷା ସାମଗ୍ରୀ ନେଇ ପ୍ରଥମ ବିମାନ ଭାରତ ଅଭିମୁଖେ ଯାତ୍ରା କରିଥିବା କଥା ହ୍ବାଇଟ୍‌ ହାଉସ୍ କହିଛି । ବୁଧବାର ରାତିରେ ବିଶ୍ବର ସର୍ବବୃହତ ସାମରିକ ବିମାନରେ ଥିବା ଟ୍ରାଭିସ୍ ଏୟାର୍‌ ଫୋର୍ସ ବେସ୍‌ରୁ ଏହି ବିମାନ ଉଡ଼ାଣ ଭରିଛି ବୋଲି ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କହିଛି । ଡାକ୍ତରୀ ସାମଗ୍ରୀ ନେଇ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏହି ପ୍ରଥମ ବିମାନଟି ଆଜି ଭାରତରେ ଅବତରଣ କରିବ । ତେବେ ଏହି ବିମାନରେ କାଲିଫର୍ନିଆ ପ୍ରଦାନ କରିଥିବା 440 ଅମ୍ଳଜାନ ସିଲିଣ୍ଡର ଏବଂ ରେଗୁଲେଟର୍‌ ରହିଛି ବୋଲି USAID କହିଛି । ଏଥିସହ, ଏହି ପ୍ରଥମ ବିମାନରେ, କୋଭିଡର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିବା ପାଇଁ USAID 960,000 ରାପିଡ୍ ଡାଇଗ୍ନୋଷ୍ଟିକ୍ ଟେଷ୍ଟ୍‌ସ୍‌ ପଠାଉଛି ଏବଂ ଭାରତର ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷା ଦେବା ପାଇଁ 100,000 N95 ମାସ୍କ ଯୋଗାଉଛି ।

ହ୍ବାଇଟ ହାଉସ ଏହା ମଧ୍ୟ କହିଛି ଯେ, ଆମେରିକାର ରାଜ୍ୟ ସରକାରମାନେ, କେତେକ ଘରୋଇ କମ୍ପାନୀ, ଅନେକ ‘ଏନ୍‌ଜିଓ’ ଏବଂ ଦେଶର ହଜାର ହଜାର ଆମେରିକୀୟମାନେ ଭାରତର ଡାକ୍ତରଖାନା ନିମନ୍ତେ ଅକ୍ସିଜେନ୍‌ ସମ୍ବନ୍ଧୀୟ ଉପକରଣ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ନିମନ୍ତେ ଏକତ୍ରିତ ହୋଇଛନ୍ତି । ହ୍ବାଇଟ୍‌ ହାଉସ୍‌ କହିବା ଅନୁସାରେ, ପ୍ରାଥମିକ ଭାବେ ଯୋଗାଇ ଦିଆଯାଇଥିବା ୧,୧୦୦ଟି ସିଲିଣ୍ଡର୍‌ ଭାରତରେ ରହିବ ଏବଂ ଥରକୁ ଥର ଏଥିରେ ଆଞ୍ଚଳିକ କେନ୍ଦ୍ରମାନଙ୍କରୁ ଅକ୍ସିଜେନ୍‌ ଯୋଗାଡ଼ କରି ଭର୍ତ୍ତି କରାଯିବ । ବିମାନ ଯୋଗେ ଆହୁରି ଅନେକ ସିଲିଣ୍ଡର୍‌ ମଧ୍ୟ ଭାରତକୁ ପଠାଯିବ ବୋଲି କୁହାଯାଇଛି ।

ଉଭୟ ରୋଗୀ ଏବଂ ଭାରତୀୟ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆମେରିକା ଆହୁରି 15 ମିଲିୟନ N95 ମାସ୍କ ଯୋଗାଉଛି | ବିଡେନ୍ ପ୍ରଶାସନ ଭାରତକୁ ଆଷ୍ଟ୍ରା ଜେନେକା ଉତ୍ପାଦନ କରିବାକୁ ପୁନଃ ନିର୍ଦ୍ଦେଶ ଦେଇଛି। ଏହା ଦ୍ବାରା ଭାରତକୁ 20 ମିଲିୟନରୁ ଅଧିକ COVID-19 ଟିକା ପ୍ରସ୍ତୁତ କରିବାକୁ ଅନୁମତି ମିଳିବ ବୋଲି ହ୍ବାଇଟ ହାଉସ କହିଛି ।

ABOUT THE AUTHOR

...view details