ଓଡିଶା

odisha

ETV Bharat / international

କୋରୋନା ସଙ୍କଟ: 2 ଟ୍ରିଲିୟନ ଡଲାର ପ୍ୟାକେଜରେ ୟୁଏସ ସିନେଟ-ଟ୍ରମ୍ପଙ୍କ ମଞ୍ଜୁରୀ - White House

କୋରୋନା ପାଇଁ ଆମେରିକା ଅର୍ଥନୀତିର ପ୍ରଭାବକୁ ଦୃଷ୍ଟିରେ ରଖି ଆମେରିକା ସିନେଟ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହମତିରେ 2 ଟ୍ରିଲିୟନ ଡଲାର ମଞ୍ଜୁର । ଅଧିକ ପଢନ୍ତୁ...

କୋରୋନା ସଙ୍କଟ: 2 ଟ୍ରିଲିୟନ ଡଲାର ପ୍ୟାକେଜରେ ୟୁଏସ ସିନେଟ-ଟ୍ରମ୍ପଙ୍କ ମଞ୍ଜୁରୀ
କୋରୋନା ସଙ୍କଟ: 2 ଟ୍ରିଲିୟନ ଡଲାର ପ୍ୟାକେଜରେ ୟୁଏସ ସିନେଟ-ଟ୍ରମ୍ପଙ୍କ ମଞ୍ଜୁରୀ

By

Published : Mar 25, 2020, 2:49 PM IST

ଓ୍ବାଶିଂଟନ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ମୃତ୍ୟୁର ତାଣ୍ଡବ ରଚି ଚାଲିଛି କୋରୋନା । ଏହି ମହାମାରୀ କୋରୋନାରୁ ବର୍ତ୍ତି ପାରିନି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା । ଫଳରେ ଆମେରିକାର ଅର୍ଥନୀତି ଉପରେ ଏହାର ବଡ ପ୍ରଭାବ ପଡିଛି । ତେବେ ଭାଇରସ ସହ ଲଢିବା ପାଇଁ ଆମେରିକା ସିନେଟ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ 2 ଟ୍ରିଲିୟନ ଡଲାର ପ୍ୟାକେଜ ଉପରେ ଏକ ଚୁକ୍ତି ମଞ୍ଜୁର ହୋଇଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

କୋରୋନା ଭାଇରସ ସଂକଟ ମଧ୍ୟରେ ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ଆମେରିକାର ସିନେଟ ନେତା ଏବଂ ଟ୍ରମ୍ପ ପ୍ରଶାସନ ବୁଧବାର 2 ଟ୍ରିଲିୟନ ଡଲାରର ଏକ ଉଦ୍ଧାର ପ୍ୟାକେଜ ଉପରେ ଚୁକ୍ତି କରିଛନ୍ତି । ଚୁକ୍ତି ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦସ୍ତଖତ ପୂର୍ବରୁ ଏହି ଆଇନ ଉଭୟ ସିନେଟ ଓ ସଂସଦରେ ପାରିତ ହେବା ସହ ଏକ ଆଇନ ପ୍ରଣୟନ କରିବା ଆବଶ୍ୟକ ରହିଛି । କଂଗ୍ରେସର ଉଭୟ ଗୃହର ସହମତିରେ ଏହି ଚୁକ୍ତିକୁ ଶୀଘ୍ର ପାରିତ କରିବା ପାଇଁ ଯୋଜନା ଚାଲିଛି ।

@ANI

ABOUT THE AUTHOR

...view details