ଓଡିଶା

odisha

ETV Bharat / international

ଆମେରିକାରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ - କୋରୋନା ନୂଆ ଷ୍ଟ୍ରେନ ଚିହ୍ନଟ

କୋରୋନା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଶକ୍ତିଶାଳୀ ଆମେରିକାରର ଚିନ୍ତା ବଢାଇଲା ବ୍ରିଟେନ । ଦେଶରେ ଚିହ୍ନଟ ହେଲା ବ୍ରିଟେନ କୋରୋନା ଭୂତାଣୁ B.1.1.7 । ଅଧିକ ପଢନ୍ତୁ...

ଆମେରିକାରେ ବ୍ରିଟେନ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ
ଆମେରିକାରେ ବ୍ରିଟେନ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

By

Published : Dec 30, 2020, 1:21 PM IST

ୱାଶିଂଟନ: ବ୍ରିଟେନ ପରେ ବିଶ୍ବରେ କାୟା ମେଲାଉଛି କୋରୋନାର ନୂଆ ରୂପ । ବ୍ରିଟେନ ପରେ ଏବେ ଧୀରେ ଧୀରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି କୋରୋନାର ନୂଆ ଷ୍ଟ୍ରେନ । ଆଜି ବ୍ରିଟେନ କୋରୋନା B.1.1.7 ଆମେରିକାରେ ଚିହ୍ନଟ ହୋଇଛି ।

କୋରୋନାର ଏହି ନୂଆ ଷ୍ଟ୍ରେନର ସଂସ୍ପର୍ଶ ଆସି ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ କଲରାଡୋ ରୁହନ୍ତି । କୋରୋନାର ଏହି ଷ୍ଟ୍ରେନ ପୂର୍ବ ଅପେକ୍ଷା ତ୍ରୀବ ଗତିରେ ବ୍ୟାପିବାରେ ଲାଗିଛି । ଏଥିପାଇଁ ଅନେକ ଦେଶ ବ୍ରିଟେନ ଉପରେ ଏବେ ପ୍ରତିବନ୍ଧକ ଲଗାଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ସଂକ୍ରମିତଙ୍କ ବୟସ 20 ବର୍ଷ । ସେ ନିକଟରେ ବ୍ରିଟେନ ଗସ୍ତରେ ଯାଇଥିଲେ । ବର୍ତ୍ତମାନ ତାଙ୍କ ଶରୀରରେ କୋରୋନାର B.1.1.7 ଚିହ୍ନଟ କରାଯାଇଛି । ଏହି ବ୍ୟକ୍ତିଙ୍କ ନିକଟରେ ଭୂତାଣୁ ଠାବ ସେ ଆଇସୋଲେସନରେ ରହିବା ସହ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବ କୋରୋନା ଭୂତାଣୁ ଦ୍ବାରା ସବୁଠାରୁ କ୍ଷତିଗ୍ରସ୍ତ ଆମେରିକା ହୋଇଛି । ବେ ଆମେରିକାରେ ବ୍ରିଟେନ କୋରୋନା ପ୍ରବେଶ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ବର୍ତ୍ତମାନ ବ୍ରିଟେନରେ ଦେଖାଦେଇଥିବା କୋରୋନାର ନୂଆ ଭାଇରସ 12ରୁ ଅଧିକ ୟୁରୋପୀୟ ଦେଶରେ ପ୍ରବେଶ କରିସାରିଛି । ଗତ ମଙ୍ଗଳବାର ଭାରତରେ ପ୍ରଥମ କରି ଚିହ୍ନଟ କରାଯାଇଥିଲା । ଫଳରେ ଭାରତରେ ଏବେ ଜାନୁଆରୀ 7 ଯାଏ ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଅନ୍ୟପଟେ, ଦକ୍ଷିଣ ଆଫ୍ରିକାରେ ମଧ୍ୟ କୋରୋନାର ଆଉ ଏକ ନୂଆ ଷ୍ଟ୍ରେନ ଠାବ ହୋଇଛି । ଏହି ଦ୍ବାରା ଦକ୍ଷିଣ ଆଫ୍ରିକାରେ 300 ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଭାଇରସ ଦ୍ବାରା ବ୍ରିଟେନ ଓ ଫିନଲ୍ୟାଣ୍ଡରେ ଚିହ୍ନଟ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details