ଓଡିଶା

odisha

ETV Bharat / international

ଆମେରିକା ଆଖିରୁ ନିଦ ହଜାଇଛି କୋରୋନା; 24 ଘଣ୍ଟାରେ 2,448 ମୃତ - କୋରୋନା ଭାଇରସ

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 2,448 ଜଣ ମୃତ । ଅଧିକ ପଢନ୍ତୁ...

america
ଆମେରିକା ଆଖିରୁ ନିଦ ହଜେଇଛି କୋରୋନା, 24 ଘଣ୍ଟାରେ 2,448 ମୃତ୍ୟୁ

By

Published : May 8, 2020, 10:45 AM IST

Updated : May 8, 2020, 10:55 AM IST

ୱାଶିଂଟନ: ବିଶ୍ବବାସୀଙ୍କ ଆଖିରୁ ନିଦ ହଜାଇଛି କୋରୋନା। ଏହି ମହାମାରୀର ମୁକାବିଲା କରିବା ଦୌଡରେ ଅଣନିଶ୍ବାସୀ ହୋଇଗଲେଣି ବିଶ୍ବ ସମୂହ। ପୂରା ଦମରେ ଅଣ୍ଟା ଭିଡି କୋରୋନା ଯୁଦ୍ଧ ଲଢି ସମସ୍ତେ ଦରମରା ହୋଇଗଲେଣି। କଳ,ବଳ ଓ କୌଶଳ ସବୁ କିଛି ଏହି ଅଦୃଶ୍ୟ ମହାମାରୀ ପଛରେ ଲଗାଯାଇଛି। ହେଲେ ଏହାକୁ ପ୍ରତିହତ କରିବାକୁ ସମସ୍ତ ପ୍ରଚେଷ୍ଟା ଅସଫଳ। ଯାହା ବର୍ତ୍ତମାନ ଚିନ୍ତା ଓ ଉଦବେଗର ବିଷୟ।

ଏହି ଭାଇରସର କୋପରେ ସବୁଠୁ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ଆମେରିକା। ପ୍ରତିଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ଓ ଗଡୁଛି ହଜାର ହଜାର ମୁଣ୍ଡ। ରୋକିବାକୁ ଚେଷ୍ଟା କରି ମଧ୍ୟ ନାଚାର ଆମେରିକା ସରକାର।

ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 2,448 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଏନେଇ ଜନ ହୋକିପନ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 2 ହଜାରରେ ପହଞ୍ଚିଛି। ଏବେ ସୁଦ୍ଧା ଦେଶରେ 75 ହଜାର ଲୋକ କୋରୋନାରେ ଆଖି ବୁଜିଲେଣି ।

ସୂଚନା ଥାଉକି, ସମଗ୍ର ବିଶ୍ବରେ ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ 22 ହଜାରରେ ପହଁଞ୍ଚିଛି । ଏହାସହ ମୃତ୍ୟୁସଂଖ୍ୟା 2 ଲକ୍ଷ 65 ହଜାର ଛୁଇଁଲାଣି। ତେବେ ଏହି ଭାଇରସକୁ ଦମନ କରିବାକୁ କୌଣସି ପ୍ରତିଷେଧକ ନଥିବା ବେଳେ ବିଶ୍ବ ସମୂହ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିପଡିଛନ୍ତି।

Last Updated : May 8, 2020, 10:55 AM IST

ABOUT THE AUTHOR

...view details