ଓଡିଶା

odisha

ETV Bharat / international

ଭାରତ-ଚୀନ ସୀମା ବିବାଦ ସମାଧାନ କରିବାକୁ ଆମେରିକା ପ୍ରସ୍ତୁତ: ଟ୍ରମ୍ପ - US ready to help in India-China border tensions

ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାଁ ଥରୁନି । ଉଭୟ ଦେଶ କୂଟନୈତିକ ଓ ସାମାରିକ ସ୍ତରରେ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମସ୍ୟାରେ ସହଯୋଗ କରିବାକୁ କହିଛନ୍ତି । ଅଧିକ ପଢନ୍ତୁ...

ଭାରତ-ଚୀନ ସୀମା ବିବାଦ ସମାଧାନ କରିବାକୁ ଆମେରିକା ପ୍ରସ୍ତୁତ
ଭାରତ-ଚୀନ ସୀମା ବିବାଦ ସମାଧାନ କରିବାକୁ ଆମେରିକା ପ୍ରସ୍ତୁତ

By

Published : Sep 5, 2020, 7:39 AM IST

ୱାଶିଂଟନ: ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ସହଯୋଗ କରିବାକୁ କହିଲା ଆମେରିକା । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି , ଯଦି ଆମେରିକା ଏଥିରେ କିଛି କରିବାକୁ ସୁଯୋଗ ମିଳେ ନିଶ୍ଚୟ ଏହି ସମସ୍ୟା ବୁଝିବା ସହ ସହାୟତା କରିବ । ଏନେଇ ଆମେ ଉଭୟ ଦେଶ ସହ କଥାବାର୍ତ୍ତା ଜାରି ରଖିଛୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପ ଆହୁରି କହିଛନ୍ତି, ଚୀନ ଭାରତକୁ ଗାଳିଗୁଲଜ କରିନପାରେ କିନ୍ତୁ ତା ଚାଲାକି ସମସ୍ତେ ବୁଝିବା ଦରକାର । ରୁଷିଆ ଅପେକ୍ଷା ଚୀନ ସହ ଆଲୋଚନା କରିବା ଜରୁରୀ । କାରଣ ଡ୍ରାଗନର ହରକତ ଅତ୍ୟନ୍ତ ଖରାପ ରହିଛି । ଯେମିତି ଚୀନର ଭାଇରସ ଯୋଗୁଁ ଆଜି 188 ଦେଶ କୋରୋନା ସହ ଜୁଝି ହେଉଛନ୍ତି ।

ସେପଟେ, ସୀମାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡିଛି, ଏହାର ସମାଧାନ ପାଇଁ ଭାରତ ପକ୍ଷରୁ ଲଗାତାର କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ଜାରି ରହିଛି ବୋଲି ସେନା ମୁଖ୍ୟ ଜେନେରାଲ ନରୱଣେ ଶୁକ୍ରବାର କହିଛନ୍ତି । ବର୍ତ୍ତମାନ ଏହି ସମସ୍ୟା ନେଇ 2ୟ ଥର ପାଇଁ ବ୍ରିଗେଡ-କମାଣ୍ଡର ସ୍ତରୀୟ ଆଲୋଚନା ହୋଇସାରିଛି । ଫିଙ୍ଗର ଅଞ୍ଚଳ, ଗାଲୱାନ୍ ଉପତ୍ୟକା, ହଟସ୍ପ୍ରଙ୍ଗ ଏବଂ କଙ୍ଗ୍ରଙ୍ଗ ନାଲା ଅଞ୍ଚଳର ଚୀନ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ଏବେ ଦୁଇ ଦୁଇ ଦେଶରେ ତିକ୍ତତା ଦେଖାଦେଇଛି ।

ଜୁନ ମାସରେ ଗାଲୱାନ ଉପତ୍ୟକାରେ ଚୀନ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ 20 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ପରେ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା। ଗତ ତିନି ମାସରେ 5 ଥର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳିପାରିନାହିଁ ।

ABOUT THE AUTHOR

...view details