ଓଡିଶା

odisha

By

Published : Nov 7, 2020, 1:23 PM IST

ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜର୍ଜିଆରେ ପୁଣି ଭୋଟ ଗଣତି

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ବେଶ ରୋଚକ ସ୍ଥିତିରେ ରହିଛି । ଜର୍ଜିଆରେ ବାଇଡେନ ଐତିହାସିକ ଲିଡ ପରେ ଏବେ ପୁଣି ଥରେ ଜର୍ଜିଆରେ ହେବାକୁ ଯାଉଛି ପୁନଃ ଗଣତି ।

ଜର୍ଜିଆରେ ପୁଣି ଭୋଟ ଗଣତି
ଜର୍ଜିଆରେ ପୁଣି ଭୋଟ ଗଣତି

ୱାଶିଂଟନ: ଜର୍ଜିଆରେ ପୁଣି ଥରେ ଭୋଟ ଗଣତି । ପୁନଃ ଗଣତି ନେଇ ଜର୍ଜିଆ ସଚିବ ବ୍ରାଣ୍ଡ ରାଫେନ୍ସର୍ଗର ଦେଲେ ସୂଚନା । ମତଦାନ ଗଣନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ବିଭିନ୍ନ ଦିଗକୁ ଆଲୋଚନା କରାଯାଇ ଏଠାରେ ଆଉ ଥରେ ମତଦାନ ଗଣତି କରାଯିବ। ଜର୍ଜିଆରେ 16 ଇଲୋକ୍ଟୋରଲ ଭୋଟ ରହିଥିବାବେଳେ ଏହାକୁ ରିପବ୍ଲିକାନ ପାର୍ଟିର ଗଡ ବୋଲି କୁହାଯାଏ । ତେବେ ଏଥର ଏଠାରେ ଟ୍ରମ୍ପଙ୍କୁ ପଛରେ ପକାଇ ବାଇଡେନ ଲିଡ କରୁଛନ୍ତି ।

ଜର୍ଜିଆରେ ବାଇଡେନ ଓ ଟ୍ରମ୍ପଙ୍କ ଭିତରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିଲା | ଜୋ ବାଇଡେନଙ୍କ ଭୋଟରେ ଆଗରେ ଥିବାବେଳେ ହଠାତ ଟ୍ରମ୍ପଙ୍କ ଭୋଟ ବଢିବାରେ ଲାଗିଥିଲା । ଫଳରେ ଉଭୟଙ୍କ ଭୋଟ ବ୍ୟବଧାନ କମ ରହିବାରୁ ପୁଣି ଥରେ ମତଦାନ ଗଣନା କରାଯିବ । ଯଦି ଭୋଟ ବାଇଡେନଙ୍କ ସପକ୍ଷରେ ରୁହେ, ତେବେ 28 ବର୍ଷ ପରେ ପ୍ରଥମ ଥର ଜର୍ଜିଆରେ ବିଜୟ ହେବ ଡେମୋକ୍ଟ୍ରାଟିକ ପାର୍ଟି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର 3 ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହାର ଦ୍ବନ୍ଦ ପ୍ରକ୍ରିୟା ଯୋଗୁଁ ଫଳାଫଳରେ ବିଳମ୍ବ ଦେଖାଦେଇଛି । ତେଣୁ ରେଜଲ୍ଟ ନେଇ ଅନେକ ସସପେନ୍ସ ଜାରି ରହିଛି । ବର୍ତ୍ତମାନର ଗଣତି ସୁଦ୍ଧା ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ 253 ଇଲେକ୍ଟୋରିଆଲ ଭୋଟ ପାଇଛନ୍ତି । ଟ୍ରମ୍ପଙ୍କୁ 214 ଭୋଟ ମିଳିଛି ।

ସେହିପରି 4 ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ଜୋ ବାଇଡେନ ଲିଡ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଜର୍ଜିଆ, ପେନସିଲଭାନିଆ, ନେଭାଦା, ଆରିଜୋନାରେ ରହିଛି । ଏହି ଜର୍ଜିଆରେ ପୁଣି ଥରେ ଭୋଟ ଗଣତି କରାଯିବ । ଯଦି ଜର୍ଜିଆରେ ପୁନଃ ଗଣତି ନ ହୁଏ ତେବେ ବାଇଡେନ ମ୍ୟାଜିକ ନମ୍ବର ପାର କରିବେ ।

ABOUT THE AUTHOR

...view details