ଓଡିଶା

odisha

By

Published : May 18, 2020, 11:19 PM IST

ETV Bharat / international

କୋରୋନା ଲଢେଇ: 10 ବର୍ଷୀୟ ଭାରତୀୟ ମୂଳ ଛାତ୍ରୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଟ୍ରମ୍ପ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ମହାମାରୀରେ ଯୋଗଦାନ ନେଇ 10 ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଶ୍ରବ୍ୟା ଆନ୍ନାପାରେଡିଙ୍କୁ ସମ୍ମାନିତ କରିଛନ୍ତି । ଶ୍ରବ୍ୟା କୋରୋନା ମହାମାରୀ ସହିତ ଲଢୁଥିବା ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ସେ କ୍ରମାଗତ ଭାବରେ ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଚକୋଲେଟ ଏବଂ ଅଭିବାଦନ କାର୍ଡ ପଠାଉଛନ୍ତି । ଅଧିକ ପଢ଼ନ୍ତୁ...

us president trump
us president trump

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ମହାମାରୀରେ ଯୋଗଦାନ ନେଇ 10 ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଶ୍ରବ୍ୟା ଆନ୍ନାପାରେଡିଙ୍କୁ ସମ୍ମାନିତ କରିଛନ୍ତି । ଶ୍ରବ୍ୟା କୋରୋନା ମହାମାରୀ ସହିତ ଲଢୁଥିବା ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ସେ କ୍ରମାଗତ ଭାବରେ ନର୍ସ, ଡାକ୍ତରୀ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଚକୋଲେଟ ଏବଂ ଅଭିବାଦନ କାର୍ଡ ପଠାଉଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଶୁକ୍ରବାର କୋରୋନା ସହ ଲଢୁଥିବା ଅନେକ ଆମେରିକୀୟ ହିରୋଙ୍କୁ ସମ୍ମାନିତ କରିଛନ୍ତି । ଏହି ସମୟରେ ସେ କୋରୋନା କାଳରେ ଡାକ୍ତରୀ କର୍ମଚାରୀମାନଙ୍କୁ ସାହସ ଦେଇଥିବାରୁ ସେ ଶ୍ରବ୍ୟାଙ୍କୁ ସମ୍ମାନିତ କରିଥିଲେ।

ଶ୍ରବ୍ୟା ମେରିଲ୍ୟାଣ୍ଡର ହିଲ୍ସ ଏଲେମେଣ୍ଟାରୀ ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ରୀ ଏବଂ ସ୍କାଉଟ୍ ଟ୍ରୁପର ସଦସ୍ୟ ଅଟନ୍ତି | ସେ ମୂଳତଃ ଆନ୍ଧ୍ରପ୍ରଦେଶର । ତାଙ୍କ ସ୍କାଉଟର ଆଉ ଦୁଇ ଝିଅ ଲୈଲା ଖାନ୍ ଏବଂ ଲରେନ୍ ମାଟିନେଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି । ସମସ୍ତଙ୍କୁ 10 ବର୍ଷ ବୟସ । ସେ ଏପର୍ଯ୍ୟନ୍ତ ସ୍ଥାନୀୟ ଡାକ୍ତର, ନର୍ସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ 100 ଡବା କୁକିଜ ପଠାଇଛନ୍ତି । ଏହା ସହିତ ସେ 200 ଗ୍ରୀଟିଙ୍ଗ୍ କାର୍ଡ ପଠାଇଛନ୍ତି ।

ABOUT THE AUTHOR

...view details