ୱାଶିଂଟନ: ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାରୀଙ୍କୁ ସମ୍ବୋଧିତ କରିଛନ୍ତି ଜୋ ବାଇଡେନ । ଆମେରିକା ଇତିହାସରେ ପ୍ରଥମ ଥରେ ଏଭଳି କଡା ମୁକାବିଲା ଦେଖିବାକୁ ମିଳିଥିବା । ଐତିହାସିକ ବିଜୟ ହୋଇଥିବା କହିଛନ୍ତି ବାଇଡେନ । 7.4 କୋଟିରୁ ଅଧିକ ଆମେରିକାବାସୀ ତାଙ୍କୁ ଭୋଟ ଦେଇଥିବାରୁ ବ୍ଲୁ କିମ୍ବା ରେଡ ଷ୍ଟେଟର ନୁହେଁ, ସେ ପୁରା ଆମେରିକାର ରାଷ୍ଟ୍ରପତି । ସେ ଏମିତି ଏକ ରାଷ୍ଟ୍ରପତି ହେବେ ଯିଏ, ଦେଶକୁ ଭାଙ୍ଗିବାକୁ ନୁହେଁ ଯୋଡିବାକୁ କାମ କରିବେ ।
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସେ ଏପରି ରାଷ୍ଟ୍ରପତି ହେବେ ଯିଏ ଦେଶ ତଥା ସମାଜକୁ ଭାଙ୍ଗିବାକୁ ଚେଷ୍ଟା କରିବେ ନାହିଁ । ବରଂ ସଂଯୋଗ କରିବାକୁ ଚେଷ୍ଟା କରିବେ । ସେ ଆମେରିକାର ରାଜ୍ୟଗୁଡିକୁ ରେଡ ଏବଂ ବ୍ଲୁ ଭାବରେ ଦେଖିବେ ନାହିଁ ବରଂ ଆମେରିକା ଭଳି ଦେଖିବେ ଏବଂ ଯିଏ ପୂର୍ଣ୍ଣ କ୍ଷମତା ଏବଂ ଉତ୍ସର୍ଗୀକୃତ ସହ ଲୋକଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରିବ ।ଏଣିକି ଆମେରିକାରେ ଜାତି ଓ ଧର୍ମର ଭେଦଭାଦ ରହିବନି । ବିଭାଜନ ନୁହେଁ, ଆମେରିକାକୁ ଏକାଠି କରୁଥିବା ରାଷ୍ଟ୍ରପତି ହେବି କହିଲେ ବାଇଡେନ ।