ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରୋବର୍ଟ ଟ୍ରମ୍ପଙ୍କ ଦେହାନ୍ତ। ଶନିବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା । ଗତ କିଛି ଦିନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅସୁସ୍ଥ ଥିବାରୁ ସେ ନ୍ୟୁୟର୍କର ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ନ୍ୟୁୟର୍କର ସିଟି ହସ୍ପିଟାଲ ଯାଇ ଭାଇଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଟ୍ରମ୍ପ ।
ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତିରେ କହିଥିଲେ, ‘ମୋ ଭାଇ ମୋର ଅତି ନିକଟତର ଥିଲେ। ସେ କେବଳ ମୋର ଭାଇ ନୁହେଁ ଭଲ ବନ୍ଧୁ ଥିଲେ । ସେ ଏବେ ନାହିଁ ସତ, କିନ୍ତୁ ତା କଥା ସବୁବେଳେ ମନେ ପଡିବ ।’ ଭାଇ ସହ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ତାଙ୍କ ହୃଦୟରେ ସର୍ବଦା ରହିବ ବୋଲି ଟ୍ରମ୍ପ କହିଛନ୍ତି ।