ଓଡିଶା

odisha

ETV Bharat / international

ପୁଣି ଟ୍ରମ୍ପ ଦେଲେ ଚାଇନାକୁ ଚେତାବନୀ, ବୈଦେଶିକ ସଚିବଙ୍କ ଦୃଢୋକ୍ତି ନିଆଁ ଲଗେଇଲା - covid 19

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ଦିନ ପୁଣି ଥରେ ଚାଇନାକୁ ଚେତାବନୀ ଦେଇଛନ୍ତି। କୋରୋନା ଭାଇରସ୍ ବିସ୍ଫୋରଣର ଉତ୍ପତ୍ତି ବିଷୟରେ ସ୍ଵଚ୍ଛ ସୂଚନା ଦେଵା ସହିତ ଏହା ପଛରେ ରହିଥିବା ଉଦ୍ଦେଶ୍ୟ ସଂପର୍କରେ ଚାଇନା ଯଥାଶୀଘ୍ର ମତ ରଖୁ ବୋଲି ସେ ମତ ରଖିଛନ୍ତି।

coronavirus-covid-19
ପୁଣି ଟ୍ରମ୍ପ ଦେଲେ ଚାଇନାକୁ ଚେତାବନୀ, ବୈଦେଶିକ ସଚିବଙ୍କ ଦୃଢୋକ୍ତି ନିଆଁ ଲଗେଇଲା

By

Published : May 6, 2020, 3:32 PM IST

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ଦିନ ପୁଣି ଥରେ ଚାଇନାକୁ ଚେତାବନୀ ଦେଇଛନ୍ତି। କୋରୋନା ଭାଇରସ୍ ଉତ୍ପତ୍ତି ବିଷୟରେ ସ୍ଵଚ୍ଛ ସୂଚନା ଦେଵା ସହିତ ଏହା ପଛରେ ରହିଥିବା ଉଦ୍ଦେଶ୍ୟ ସଂପର୍କରେ ଚାଇନା ଯଥାଶୀଘ୍ର ମତ ରଖୁ ବୋଲି ସେ ମତ ରଖିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି, ଏହା ଚାଇନାର ଉହାନ୍ ସହରରେ ୨୦୧୯ ମସିହାରୁ ଆରମ୍ଭ ହେବା ଦିନଠାରୁ ଏକ ଚତୁର୍ଥାଂଶରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟାଇଛି। ତେଵେ ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ରବିବାର ଦିନ ଚାଇନାର ଏକ ଲାବୋରେଟୋରୀରୁ ଏହି ଜୀବାଣୁ ବାହାରିଥିବାର “ବହୁ ପରିମାଣର ସଦ୍ୟ ତଥା ସତ୍ୟ ପ୍ରମାଣ” ଅଛି ବୋଲି କହିଛନ୍ତି। ଯାହା ଦୁଇ ଦେଶର ରାଜନୈତିକ ପୃଷ୍ଠଭୂମିରେ ନିଆଁ ଲଗାଇଛି।

ଚାଇନାର ଲ୍ୟାବ୍, ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଏହା ସତ୍ୟ ବୋଲି ଅଧିକାରୀମାନେ ସମ୍ଭାବନାକୁ ହ୍ରାସ କରିଛନ୍ତି। ଅଧିକାଂଶ ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ, ଏହି ଭୂତାଣୁ ଉହାନ୍ ବଜାରରେ ବନ୍ୟଜନ୍ତୁ ବିକ୍ରୟ କରି ପଶୁମାନଙ୍କଠାରୁ ଲୋକଙ୍କ ନିକଟକୁ ବ୍ୟାପିଛି।

ହ୍ବାଇଟ ହାଉସ୍ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ, କୋରୋନା ଭାଇରସର ଉତ୍ପତ୍ତି ବିଷୟରେ ଆମେରିକା ଏହାର ରିପୋର୍ଟ ପ୍ରକାଶ କରିବ, କିନ୍ତୁ ଅନ୍ୟ କୌଣସି ବିବରଣୀ କିମ୍ବା ସମୟସୀମା ଦେଇ ନାହିଁ।

ଏହି ଜୀବାଣୁଙ୍କ ଉତ୍ପତ୍ତି ସମ୍ପର୍କରେ ଟ୍ରମ୍ପ ଏବଂ ପମ୍ପିଓ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଗୁରୁବାର ଦିନ ଟ୍ରମ୍ପଙ୍କୁ ପଚରା ଯାଇଥିଲା କି, ସେ ପ୍ରମାଣ ଦେଖିଛନ୍ତି କି ଯାହା ତାଙ୍କୁ "ଉଚ୍ଚ ଆତ୍ମବିଶ୍ୱାସ" ପ୍ରଦାନ କରିଛି ଯାହା ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ଆସିଛି ଏବଂ ଏହାର ଉତ୍ତରରେ ସେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇ ନାହାଁନ୍ତି। ସେହି ଦିନ ପମ୍ପିଓ କହିଥିଲେ ଯେ ଉହାନରୁ ଏହି ଜୀବାଣୁ ଆସିଥିବା ବେଳେ ଆମେ ଜାଣିଥିଲୁ ଏହା କେଉଁଠାରୁ ଆରମ୍ଭ ହୋଇଥିଲା।

ପୋମ୍ପିଓ ଏବଂ ଫାଉସିଙ୍କ ବିବୃତ୍ତି ମଧ୍ୟରେ ପାର୍ଥକ୍ୟ ବିଷୟରେ ଫକ୍ସ ନ୍ୟୁଜରେ ସ୍ୱାସ୍ଥ୍ୟ ସଚିବ ଆଲେକ୍ସ ଆଜାରଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, "ମୁଁ ଭାବୁ ନାହିଁ ଯେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ଅବଶ୍ୟ ସେକ୍ରେଟେରୀ ପମ୍ପିଓଙ୍କ ପାଖରେ ସୂଚନା ରହିଛି ଯାହା ଡକ୍ଟର ଫାଉସି ନଥାଇ ପାରନ୍ତି, ତେଣୁ ସେଠାରେ ମତଭେଦ ଭିନ୍ନ ନୁହେଁ।

ABOUT THE AUTHOR

...view details