ୱାଶିଂଟନ୍: ଆମେରିକା ସରକାର ଆଣ୍ଟି ଫାସିଷ୍ଟ ଗ୍ରୁପ୍କୁ ଆତଙ୍କବାଦୀ ସଙ୍ଗଠନ ଭାବେ ନିଯୁକ୍ତ କରିବେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି ସୂଚନା ଦେଇଛନ୍ତି। ସୂଚନା ଥାଉକି, ଶନିବାର ଆମେରିକାରେ ଜଣେ (ଗୋରା)ଶ୍ୱେତ ପୋଲିସ୍ ଆଣ୍ଠୁମାଡି ମୃତ୍ୟୁବରଣ କରିଥିବା ଜଣେ କୃଷ୍ଣ(ବ୍ଲାକ୍-ମ୍ୟାନ୍)ଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଦୃଶ୍ୟ ନିହାତି ହୃଦୟବିଦାରକ। ପ୍ରଦର୍ଶନକାରୀମାନେ ଅତି କୁତ୍ସିତ କୁକୁର ବୋଲି ଟ୍ରମ୍ପ କହିଥିଲେ। ଏହାପରେ ରବିବାର ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଟ୍ବିଟ ମାଧ୍ୟମରେ ଘୋଷଣା କରାଯାଇଛି।
ଆମେରିକାର ଆଟର୍ଣ୍ଣି ଜେନେରାଲ ୱିଲିୟମ୍ ବାର କହିଛନ୍ତି ଯେ ଏହି ହତ୍ୟାକାଣ୍ଡକୁ ନେଇ ଆମେରିକାର ସହରଗୁଡିକରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆନ୍ଦୋଳନକାରୀମାନେ ସେମାନଙ୍କର ଅଲଗା ଏବଂ ହିଂସାତ୍ମକ ଏଜେଣ୍ଡାକୁ ଅନୁସରଣ କରିବା ପାଇଁ ପରିସ୍ଥିତିର ଶୋଷଣ କରୁଛନ୍ତି ବୋଲି ବାର୍ ଏକ ବିବୃତ୍ତିରେ କହିଛନ୍ତି।
ସାରା ଦେଶରେ ପ୍ରଦର୍ଶନରେ ଭାଗ ନେଉଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ କେତେଜଣ ଆଣ୍ଟିଫାରୁ ଆସିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମିନେସୋଟା ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଜନ୍ ହାରିଙ୍ଗଟନ୍ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଶନିବାର ଗିରଫ ହେବାର ପ୍ରାୟ 20% ରାଜ୍ୟ ବାହାରୁ ଥିଲେ।