ୱାସିଂଟନ: 2020 ମସିହା ଶେଷ ସୁଦ୍ଧା କୋରୋନା ଭାଇରସ ନେଇ ଟୀକା ପ୍ରସ୍ତୁତ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶା କରିଛନ୍ତି। ଏଥିସହ ଟ୍ରମ୍ପ କହିଛନ୍ତି ଯଦି ଆମେ ପାରିଲୁ ସମ୍ଭବ ହେଲେ ଏହା ପୂର୍ବରୁ ମଧ୍ୟ ଆମେ ଟିକା ପ୍ରସ୍ତୁତ କରିବୁ । ଏନେଇ ସୂଚନା ଦେଇଛନ୍ତି ନ୍ୟୁଜ୍ ଏଜେନ୍ସି ପିଟିଆଇ ।
2020 ଶେଷ ସୁଦ୍ଧା କୋରୋନା ଟୀକା ପ୍ରସ୍ତୁତ କରାଯିବ: ଟ୍ରମ୍ପ - ନ୍ୟୁଜ୍ ଏଜେନ୍ସି ପିଟିଆଇ
2020 ମସିହା ଶେଷ ସୁଦ୍ଧା କୋରୋନା ଭାଇରସ ନେଇ ଟୀକା ପ୍ରସ୍ତୁତ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶା କରିଛନ୍ତି। ଏଥିସହ ଟ୍ରମ୍ପ କହିଛନ୍ତି ଯଦି ଆମେ ପାରିଲୁ ସମ୍ଭବ ହେଲେ ଏହା ପୂର୍ବରୁ ମଧ୍ୟ ଆମେ ଟିକା ପ୍ରସ୍ତୁତ କରିବୁ । ଏନେଇ ସୂଚନା ଦେଇଛନ୍ତି ନ୍ୟୁଜ୍ ଏଜେନ୍ସି ପିଟିଆଇ ।
![2020 ଶେଷ ସୁଦ୍ଧା କୋରୋନା ଟୀକା ପ୍ରସ୍ତୁତ କରାଯିବ: ଟ୍ରମ୍ପ corona vaccine](https://etvbharatimages.akamaized.net/etvbharat/prod-images/768-512-7216678-94-7216678-1589594986912.jpg)
2020 ଶେଷ ସୁଦ୍ଧା କୋରୋନା ଟୀକା ପ୍ରସ୍ତୁତ କରାଯିବ
ହ୍ବାଇଟ ହାଉସର ରୋଜ ଗାର୍ଡେନରେ ସାମ୍ବାଦିକଙ୍କ ସହ କଥା ହୋଇ ଟ୍ରମ୍ପ କହିଛନ୍ତି, ‘ଆମକୁ ଲାଗୁଛି ଖୁବଶୀଘ୍ର ଆମକୁ କିଛି ଭଲ ଫଳାଫଳ ମିଳିବାକୁ ଯାଉଛି।
ପ୍ରକାଶ ଥାଉକି, କୋରୋନାରେ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରୁ ଆମେରିକା ପ୍ରଥମ ରହିଛି । ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିଛି କୋରୋନା । ପ୍ରତ୍ୟେକ ଦିନ ଆମେରିକାରେ 2000ରୁ ଉର୍ଦ୍ଧ୍ବ ଲୋକଙ୍କର କୋରୋନା କାରଣରୁ ମୃତ୍ୟୁ ଘଟୁଥିବା ବେଳେ ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା 90 ହଜାର ପାର କରିଛି । ସେହିପରି ଆମେରିକାରେ ବର୍ତ୍ତମାନ 14.7 ଲକ୍ଷ ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି ।