ଓଡିଶା

odisha

ETV Bharat / international

ବୋଲ୍ଟନଙ୍କୁ ବରଖାସ୍ତ କଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଙନଙ୍କୁ ପଦବୀରୁ ହଟାଇଲେ ରାଷ୍ଟ୍ରପତି ଟ୍ରମ୍ପ । ବୋଲ୍ଟଙ୍କ ଅନେକ ପରାମର୍ଶରେ ଟ୍ରମ୍ପ ସହମତ ନଥିବା କହିଛନ୍ତି ।

By

Published : Sep 11, 2019, 2:46 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କଡା ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଟ୍ରମ୍ପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନଙ୍କୁ ନିଜ ପଦରୁ ହଟାଇ ଦେଇଛନ୍ତି । ରାଷ୍ଟ୍ରୀୟ ପରାମର୍ଶଦାତାଙ୍କ ବିଭିନ୍ନ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ଟ୍ରମ୍ପ କହିଛନ୍ତି ।

ଅନ୍ୟପକ୍ଷେ ଗତ ରାତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା ବୋଲ୍ଟନ ଟୁଇଟ କରି ସଫେଇ ଦେଇଛନ୍ତି । ହେଲେ ଟ୍ରମ୍ପ କହିଛନ୍ତି ମୁଁ ଜନଙ୍କୁ ନିଜେ ଇସ୍ତଫା ଦେବାକୁ କହିଥିଲି । ବୋଲ୍ଟନଙ୍କ ସେବାର ଆଉ ଆବଶ୍ୟତା ନଥିବା ବେଳେ ତାଙ୍କର ଅନେକ ପରାମର୍ଶରେ ଟ୍ରମ୍ପ ସହମତ ନଥିବା କହିଛନ୍ତି । ଆଗାମୀ ସପ୍ତାହ ସୁଦ୍ଧା ଦେଶରେ ନୂଆ ରାଷ୍ଟ୍ରୀୟ ପରାମର୍ଶଦାତା ନିଯୁକ୍ତ କରିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details