ଓଡିଶା

odisha

ETV Bharat / international

ବାଇଡେନ ନେଲେ ବୁଷ୍ଟର ଡୋଜ - ଟିକା ନେଲେ ଜୋ ବାଇଡେନ

କୋଭିଡ-୧୯ ଟିକାର ବୁଷ୍ଟର ସଟ ନେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟିକା ନେବା ପରେ ଟିକାର ଆବଶ୍ୟକତା ବାବଦରେ ଆଲୋଚନା କରିବା ସହ ଟିକା ସମସ୍ତଙ୍କୁ ନେବା ପାଇଁ ଅନୁରୋଧ କଲେ ବାଇଡେନ । ଅଧିକ ପଢନ୍ତୁ...

ସମ୍ପୂର୍ଣ୍ଣ ଡୋଜ୍ ଟିକା ନେଲେ ଜୋ ବାଇଡେନ
ସମ୍ପୂର୍ଣ୍ଣ ଡୋଜ୍ ଟିକା ନେଲେ ଜୋ ବାଇଡେନ

By

Published : Sep 28, 2021, 10:18 AM IST

Updated : Sep 28, 2021, 10:52 AM IST

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଅପରାହ୍ନରେ ହ୍ବାଇଟ ହାଉସରେ କୋଭିଡ-19 ଟିକାର ବୁଷ୍ଟର ସଟ ନେଇଛନ୍ତି । ଫେଡେରାଲ୍ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ବୁଷ୍ଟର୍ ଡୋଜ ଅନୁମୋଦନ ହେବା ପରେ ବାଇଡେନଙ୍କୁ ତୃତୀୟ ଫାଇଜର ଡୋଜ୍ ଦିଆଯାଇଛି ।

ବାଇଡେନ ତାଙ୍କ ଟିକା ନେବା ପରେ କହିଛନ୍ତି ଯେ, ଏହି ମହାମାରୀକୁ ପରାସ୍ତ କରିବା ଏବଂ ଜୀବନ ରକ୍ଷା କରିବା ପାଇଁ ଆମେ ସମସ୍ତେ ଚାହୁଁ, ପିଲାମାନଙ୍କୁ ସୁରକ୍ଷିତ ରଖିବା, ସ୍କୁଲ ଖୋଲିବା, ଅର୍ଥନୀତି ସୁଦୃଢ କରିବା ଆବଶ୍ୟକ । ତେଣୁ ଦୟାକରି ଟିକା ନିଅନ୍ତୁ । ଏହା ଆପଣଙ୍କ ଜୀବନ ରକ୍ଷା କରିବା ସହ ଆପଣଙ୍କ ଆଖପାଖରେ ଥିବା ଲୋକଙ୍କର ମଧ୍ୟ ଜୀବନ ରକ୍ଷା କରିପାରିବ।" ତେବେ ଜାନୁଆରୀରେ ଟିକାଦାନ ସମୟରେ ବାଇଡେନ ପ୍ରଥମ ଡୋଜ୍ ଟିକା ନେଇଥିଲେ । ସେହିପରି COVID-19 ଟିକାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ମୁଁ ଆଜି ମୋର ସମସ୍ତ ଡୋଜ୍ ନେଇଛି ବୋଲି ବାଇଡେନ କହିଛନ୍ତି ।

ଏଥିସହ ବାଇଡେନ କହିଛନ୍ତି ଯେ, 'ବୁଷ୍ଟର୍ସ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଅଧିକ ଲୋକଙ୍କୁ ଟୀକାକରଣ କରିବା । ଅଧିକାଂଶ ଆମେରିକୀୟ ସଠିକ୍ କାର୍ଯ୍ୟ କରୁଛନ୍ତି । 77% ରୁ ଅଧିକ ବୟସ୍କମାନେ ଅତି କମରେ ଗୋଟିଏ ଡୋଜ୍ ନେଇଛନ୍ତି । ପ୍ରାୟ 23% ଲୋକ କୌଣସି ଡୋଜ୍ ନେଇ ନାହାଁନ୍ତି । ଏଥିପାଇଁ ଭିନ୍ନ ଭିନ୍ନ ସଂଖ୍ୟାଲଘୁ ଦାୟୀ ।' ଏପରିକି ଏହି ୨୩ ପ୍ରତିଶତ ପାଇଁ ଦେଶର ବାକି ଲୋକେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବାଇଡେନ କହିଛନ୍ତି ।

@ANI

Last Updated : Sep 28, 2021, 10:52 AM IST

ABOUT THE AUTHOR

...view details