ଓଡିଶା

odisha

ETV Bharat / international

କୋରୋନା ମହାମାରୀ: ଆମେରିକୀୟ ଖବରକାଗଜରେ 15 ପୃଷ୍ଠାର ଶୋକ ବାର୍ତ୍ତା - ଖବରକାଗଜରେ ଶୋକ ବାର୍ତ୍ତା

ମାସାଚୁସେଟ୍ସ ରାଜ୍ୟରେ ପ୍ରକାଶିତ ବୋଷ୍ଟନ୍ ଗ୍ଲୋବ ଦୈନିକ ଖବରକାଗଜ ଏପ୍ରିଲ 19ରେ 15 ପୃଷ୍ଠାର ଶୋକ ଓ ସମବେଦନା ବାର୍ତ୍ତା ପ୍ରକାଶ କରିଥିଲା । ଖବରକାଗଜରେ ଏଭଳି ସମବେଦନା ବାର୍ତ୍ତା ପ୍ରକାଶ ପାଇବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଏହା ସୋସିଆଲ ମିଡିଆରେ ସେୟାର ହେବାରେ ଲାଗୁଛି । ଅଧିକ ପଢନ୍ତୁ...

us newspaper
us newspaper

By

Published : Apr 21, 2020, 7:34 PM IST

ୱାଶିଂଟନ: ମହାବିତ୍ପାତ ମହାମାରୀ କୋରାନା ଭାଇରସ କରାଳ ଗ୍ରାସରେ ଆମେରିକା । ଏପରିସ୍ଥଳେ ଆମେରିକାର ଏକ ଖବରକାଗଜରେ ଏବେ ଚର୍ଚ୍ଚାରେ । ମାସାଚୁସେଟ୍ସ ରାଜ୍ୟରେ ପ୍ରକାଶିତ ବୋଷ୍ଟନ୍ ଗ୍ଲୋବ ଦୈନିକ ଖବରକାଗଜ ଏପ୍ରିଲ 19ରେ 15 ପୃଷ୍ଠାର ଶୋକ ଓ ସମବେଦନା ବାର୍ତ୍ତା ପ୍ରକାଶ କରିଥିଲା । ଖବରକାଗଜରେ ଏଭଳି ସମବେଦନା ବାର୍ତ୍ତା ପ୍ରକାଶ ପାଇବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫେବୃଆରୀରେ ଇଟାଲୀରେ ଏକ ଖବର ସାମ୍ନାକୁ ଆସିଥିଲା ​​ଯେତେବେଳେ ଖବରକାଗଜର ଅନେକ ପୃଷ୍ଠାରେ ସମବେଦନା ବାର୍ତ୍ତା ଛପା ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଆମେରିକାରେ 7,58,000 କୋରୋନାଭାଇରସ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି । ଏଥିରେ 41ହଜାରୁ ଊର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଛି। ଜନ୍ ହପକିନ୍ସ ୟୁନିଭରସିଟି ଟ୍ରାକରଙ୍କ ଅନୁଯାୟୀ କେବଳ ନ୍ୟୁୟର୍କରେ 18 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ଇମ୍ପେରିଆଲ୍ କଲେଜ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଏକ ମଡେଲ ଅନୁଯାୟୀ ସେପ୍ଟେମ୍ବର ସୁଦ୍ଧା ଆମେରିକାରେ ପ୍ରାୟ 22 ଲକ୍ଷ ମୃତ୍ୟୁ ହୋଇପାରେ। ଏହାର ତୁଳନାରେ, ଦ୍ବିତୀୟ ବିଶ୍ବଯୁଦ୍ଧରେ 4 ଲକ୍ଷ 20 ହଜାର ଆମେରିକୀୟଙ୍କର ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details