ୱାଶିଂଟନ: ଯଦି ଆମେରିକା ସର୍ବବୃହତ ଅର୍ଥନୀତି ହେବାକୁ ଇଚ୍ଛା କରେ ତେବେ ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆବଶ୍ୟକତା ରହିଛି ବୋଲି ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ କହିଛନ୍ତି । ରିପବ୍ଲିକାନ୍ ନ୍ୟାସନାଲ କନଭେନସନ୍ 2020କୁ ସମ୍ବୋଧିତ କରି ସେ ଏହା ପ୍ରକାଶ କରିଛନ୍ତି ।
ମେଲାନିଆ ଟ୍ରମ୍ପ କହିଛନ୍ତି ଯେ, ‘ମୁଁ ବିଶ୍ବାସ କରୁଛି, ଆମକୁ ପୁଣି ଥରେ ସର୍ବଶ୍ରେଷ୍ଠ ଅର୍ଥନୀତି ଭାବରେ ଦେଶକୁ ଫେରାଇ ଆଣିବା ପାଇଁ ମୋ ସ୍ବାମୀଙ୍କ ନେତୃତ୍ୱ ଆବଶ୍ୟକ।’