ଓଡିଶା

odisha

ETV Bharat / international

ଆମେରିକା NSA ରବର୍ଟ ଓବ୍ରାୟନଙ୍କୁ କୋରୋନା

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(NSA)ଙ୍କୁ କୋରୋନା ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

By

Published : Jul 27, 2020, 8:39 PM IST

ଆମେରିକା NSA ରବର୍ଟ ଓବ୍ରାୟନଙ୍କୁ କୋରୋନା
ଆମେରିକା NSA ରବର୍ଟ ଓବ୍ରାୟନଙ୍କୁ କୋରୋନା

ଓ୍ବାସିଂଟନ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା । ଦିନକୁ ଦିନ ସ୍ଥିତି ଉତ୍କଟ ହେବାରେ ଲାଗିଛି । ମହାମାରୀ ପ୍ରଭାବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା । ଏଠାରେ ଅନେକ ଲୋକଙ୍କ ଜୀବନ ନେଇସାରିଲାଣି କୋରୋନା । ଏପରିସ୍ଥିତିରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(NSA)ଙ୍କୁ କୋରୋନା ହୋଇଥିବା ଖବର ସାମ୍ନାକୁ ଆସିଛି ।

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାୟନ ମହାମାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ରବର୍ଟ ଓବ୍ରାୟନଙ୍କୁ କୋରୋନା ହୋଇଥିବା ନେଇ ସ୍ପଷ୍ଟ କରିଛି ହ୍ବାଇଟ ହାଉସ । ତେବେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ହ୍ବାଇଟହାଉସର ବୟାନରେ କୁହାଯାଇଛି ।

ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓବ୍ରାୟନଙ୍କ ସଂସ୍ପର୍ଷରେ ଆସିନାହିନ୍ତି । ପୂର୍ବରୁ ମଧ୍ୟ କୋରୋନା ସଂକ୍ରମଣ ଭୟରେ ଟ୍ରମ୍ପ ନିଜ ନମୁନା ପରୀକ୍ଷା କରାଇଥିଲେ । ଆମେରିକାରେ ବର୍ତ୍ତମାନସୁଦ୍ଧା 4,233,764 ଜଣ କୋରୋନାରେ ସଂକ୍ରମଣ ହୋଇସାରିଥିବା ବେଳେ 146,934 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details