ଓଡିଶା

odisha

ETV Bharat / international

ଜଳବାୟୁ ପରିବର୍ତ୍ତନ ନେଇ ଆମେରିକା ମୁଖ୍ୟ ଭୂମିକା ଗ୍ରହଣ କରିବ: ବାଇଡେନ - ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଜଳବାୟୁ ପରିବର୍ତ୍ତନ ନେଇ ଆମେରିକା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

ଜଳବାୟୁ ପରିବର୍ତ୍ତନ
ଜଳବାୟୁ ପରିବର୍ତ୍ତନ

By

Published : Jan 28, 2021, 10:06 AM IST

ୱାଶିଂଟନ: ଜଳବାୟୁ ସଙ୍କଟ ଏବେ ବିଶ୍ବ ମୁଣ୍ଡବିନ୍ଧାର କାରଣ ସାଜିଛି । ଯାହାକୁ ପ୍ରତିହତ କରିବାକୁ ସାରା ବିଶ୍ବ ଏବେ ଚିନ୍ତାରେ ପଡିଛି । ତେବେ ଜଳବାୟୁ ପରିବର୍ତ୍ତନ ନେଇ ଆମେରିକା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।

ଜଳବାୟୁ ସଙ୍କଟ ପାଇଁ ଆମକୁ ଏକଜୁଟ ହୋଇ କାମ କରିବା ଆବଶ୍ୟକ । କାରଣ ଏହା ଜଳବାୟୁ ସଙ୍କଟ । ଆମକୁ ଜଣା ଆମେ କଣ କରିବା ଉଚିତ୍‌ । ଆମେ ଏହା ଉପରେ କାମ କରିବୁ ବୋଲି ବାଇଡେନ ପ୍ରେସ କନଫରେନ୍ସରେ କହିଛନ୍ତି ।

ସୂଚନାଥାଉକି, ଜଳବାୟୁ ପରିବର୍ତ୍ତନକୁ ନେଇ ହୋଇଥିବା ପ୍ୟାରିସ ଚୁକ୍ତିରୁ ଆମେରିକା ଓହରିଯାଇଥିଲା । ତେବେ ବାଇଡେନ ରାଷ୍ଟ୍ରପତି ହେବା ପରେ ଏଥିରେ ପୁଣି ଥରେ ସାମିଲ ହେବ ବୋଲି କୁହାଯାଉଛି । ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ପ୍ୟାରିସ ଜଳବାୟୁ ଚୁକ୍ତି ହୋଇଥିଲା। 2016 ମସିହାରେ 187ଟି ଦେଶ ଏକାଠି ହୋଇ ପ୍ୟାରିସ ଜଳବାୟୁ ଚୁକ୍ତିରେ ସ୍ବାକ୍ଷର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details