ଓଡିଶା

odisha

ETV Bharat / international

ଚୀନ କମ୍ୟୁନିଷ୍ଟ ପାର୍ଟି ସଦସ୍ୟଙ୍କ ଆମେରିକା ଯାତ୍ରାରେ ଲାଗିବ କଟକଣା ! - Chinese Communist Party

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ସଦସ୍ୟ ଏବଂ ସେମାନଙ୍କ ପରିବାରର ଯାତ୍ରା ଉପରେ ବ୍ୟାପକ ନିଷେଧାଦେଶ ଜାରିକରିବା ନେଇ ବିଚାର କରୁଥିବା ଜଣାପଡିଛି ।

ଆମେରିକା
ଆମେରିକା

By

Published : Jul 16, 2020, 3:02 PM IST

ୱାଶିଂଟନ: ଆମେରିକା ଏବଂ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଦକ୍ଷିଣ ଚୀନ ସାଗର ଉପରେ ଚୀନର ଦାବି ପରେ ଚୀନ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଆମେରିକା । ଏହି କ୍ରମରେ ଡ୍ରାଗନକୁ ମଜା ଚଖାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ସଦସ୍ୟ ଏବଂ ସେମାନଙ୍କ ପରିବାରର ଯାତ୍ରା ଉପରେ ବ୍ୟାପକ ନିଷେଧାଦେଶ ଜାରିକରିବା ନେଇ ବିଚାର କରୁଥିବା ଜଣାପଡିଛି ।

ତେବେ ରାଷ୍ଟ୍ରପତିଙ୍କ ଘୋଷଣା ଏପର୍ଯ୍ୟନ୍ତ ଡ୍ରାଫ୍ଟ ଫର୍ମରେ ଅଛି । ତେବେ ପୂର୍ବରୁ ଆମେରିକାରେ ଥିବା ସିସିପି ସଦସ୍ୟ ଏବଂ ତାଙ୍କ ପରିବାରର ଭିସା ପ୍ରତ୍ୟାହାର କରିବା ନେଇ ମଧ୍ୟ ଟ୍ରମ୍ପ ପ୍ରଶାସନ ଅନୁମତି ଦେଇପାରନ୍ତି ବୋଲି କୁହାଯାଉଛି । ଇମିଗ୍ରେସନ ଏବଂ ନ୍ୟାସନାଲିଟି ଆକ୍ଟ ଅଧିନରେ ଟ୍ରମ୍ପ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇପାରନ୍ତି ।

ଏହି ନିୟମ ରାଷ୍ଟ୍ରପତିଙ୍କୁ କ୍ଷମତା ପ୍ରଦାନ କରୁଛି ଯେ, ଦେଶର ସ୍ୱାର୍ଥ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଉଥିବା ବିଦେଶୀ ନାଗରିକଙ୍କ ଆମେରିକା ଯାତ୍ରାକୁ ସାମୟିକ ଭାବେ ଅବରୋଧ କରିପାରିବ । ତେବେ ଏନେଇ ଏବେସୁଦ୍ଧା କୌଣସି ସରକାରୀ ମନ୍ତବ୍ୟ ଦିଆଯାଇ ନାହିଁ ।

ABOUT THE AUTHOR

...view details