ୱାଶିଂଟନ: ଆମେରିକାର ଜଣେ ବ୍ୟକ୍ତି 42.5 ଇଞ୍ଚର କେଶ ରଖି ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ । ମିନେସୋଟାର ଜଣେ ବାସିନ୍ଦା ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ତାଙ୍କର ସମସ୍ତ ଚେଷ୍ଟା କରି ଏକ ଉଲ୍ଲେଖନୀୟ ରେକର୍ଡ କରିଛନ୍ତି । ପାର୍କ ରାପିଡ୍ସରୁ ଜୋସେଫ୍ ଗ୍ରିସାମୋର ଦୁନିଆର ଉଚ୍ଚତମ ମୋହିକାନ୍ ମୋହକ(ହେୟାର ଷ୍ଟାଇଲ)କୁ ବଢାଇବା ପାଇଁ ଏକ ଅଫିସିଆଲ୍ ରେକର୍ଡ ଟାଇଟଲ୍ ହାସଲ କରିଛନ୍ତି ।
42.5 ଇଞ୍ଚର କେଶ ରଖି ଗିନିଜ ରେକର୍ଡ କଲେ ଯୁବକ - US Man Grows 42.5-inch Mohawk, Sets New Guinness World Record
ଆମେରିକାର ଜଣେ ବ୍ୟକ୍ତି 42.5 ଇଞ୍ଚର କେଶ ରଖି ସୃଷ୍ଟି କରିଛନ୍ତି ଏକ ନୂଆ ରେକର୍ଡ । ମିନେସୋଟାର ଜଣେ ବାସିନ୍ଦା ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ତାଙ୍କର ସମସ୍ତ ଚେଷ୍ଟା କରି ଏକ ଉଲ୍ଲେଖନୀୟ ରେକର୍ଡ କରିଛନ୍ତି । ପାର୍କ ରାପିଡ୍ସରୁ ଜୋସେଫ୍ ଗ୍ରିସାମୋର ଦୁନିଆର ଉଚ୍ଚତମ ମୋହିକାନ୍ ମୋହକ(ହେୟାର ଷ୍ଟାଇଲ)କୁ ବଢାଇବା ପାଇଁ ଏକ ଅଫିସିଆଲ୍ ରେକର୍ଡ ଟାଇଟଲ୍ ହାସଲ କରିଛନ୍ତି ।

42.5 ଇଞ୍ଚ ମାପ କରି ମୋହକ୍ ବର୍ତ୍ତମାନ ଗ୍ରିସାମୋରଙ୍କ ପାଇଁ ଏକ ପରିଚୟ ଠାରୁ ଅଧିକ ହୋଇପାରିଛି। ଯିଏ ପ୍ରଥମେ 2007 ରେ ସମାନ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତଥାପି 13 ବର୍ଷର ଉତ୍ସର୍ଗ ପରେ ତାଙ୍କର ସ୍ୱପ୍ନ ସାକାର ହୋଇଛି ।
ଗିନିଜ ୱାର୍ଲ୍ଡ ରେକର୍ଡ ସହ କଥାବାର୍ତ୍ତା କରି ଗ୍ରିସାମୋର ପ୍ରକାଶ କରିଛନ୍ତି ଯେ ସେ ମୋହକରେ ପାଇଥିବା ବିରଳତାକୁ ଭଲ ପାଆନ୍ତି। “ମୁଁ ସ୍ୱୀକାର କରିବି ଯେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ବହୁମୂଲ୍ୟ ଅଟେ । ମୋର ଉଚ୍ଚତା 6'1, ଏବଂ ମୋ ମୋହକ୍ ବର୍ତ୍ତମାନ 4 ଫୁଟକୁ ଉଚ୍ଚତା ବୋଲି ସେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “କବାଟଗୁଡିକ 7 'ଉଚ୍ଚତା, ଛାତ 9' ରୁ ଅଧିକ ନୁହେଁ, ଏବଂ କାରଗୁଡିକ ଭିତରେ ପ୍ରବେଶ କରିବା ଅସମ୍ଭବ । ସେଥିପାଇଁ ମୁଁ କୁଆଡେ ଯାଉଛି ସେଥିପ୍ରତି ଧ୍ୟାନ ଦେଇଥାଏ । କିନ୍ତୁ ମୁଁ ଯୁଆଡେ ବି ଯାଏ ମତେ ଦେଖିବାକୁ ଲୋକଙ୍କ ଭିଡ ଜମେ ବୋଲି ସେ କହିଛନ୍ତି ।