ଓଡିଶା

odisha

ETV Bharat / international

ଚୀନ ଅଧିକୃତ 20 କମ୍ପାନୀର ତାଲିକା ପ୍ରସ୍ତୁତ କଲା ଆମେରିକା

ଚୀନରେ ବେଜିଂ ସ୍ଥିତ ସାମରିକ ଶାସନ ଅଧିକୃତ 20ଟି କମ୍ପାନୀକୁ ଚୟନ କରି ଏହାର ତାଲିକା ପ୍ରସ୍ତୁତ କରିଛି ଆମେରିକା । ଏହି ତାଲିକାରେ ହୁୱେଇ ସାମିଲ ରହିଥିବା ଜଣା ପଡିଛି । ତାଲିକାଭୁକ୍ତ କମ୍ପାନୀମାନଙ୍କରେ ଆଗାମୀ ଦିନରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଯୋଜନା କରୁଛନ୍ତି ।

restriction on chinese companies in us, restriction on chinese company, us lists 20 chinese companies, pentagon, ଆମେରିକାରେ ଚୀନ ଅଧିକୃତ କମ୍ପାନୀ ଉପରେ ପ୍ରତିବନ୍ଧକ, ଚୀନ ଅଧିକୃତ କମ୍ପାନୀ ଉପରେ ପ୍ରତିବନ୍ଧକ, ଆମେରିକାରେ ଚାଇନିଜ କମ୍ପାନୀର ତାଲିକା ପ୍ରସ୍ତୁତ, ପେଣ୍ଟାଗନ
ଚୀନ ଅଧିକୃତ 20 କମ୍ପାନୀର ତାଲିକା ପ୍ରସ୍ତୁତ କଲା ଆମେରିକା

By

Published : Jun 27, 2020, 6:16 AM IST

ୱାଶିଂଟନ: ଚୀନରେ ବେଜିଂ ସ୍ଥିତ ସାମରିକ ଶାସନ ଅଧିକୃତ 20ଟି କମ୍ପାନୀକୁ ଚୟନ କରି ଏହାର ତାଲିକା ପ୍ରସ୍ତୁତ କରିଛି ଆମେରିକା । ଏହି ତାଲିକାରେ ହୁୱେଇ ସାମିଲ ରହିଥିବା ଜଣା ପଡିଛି । ତାଲିକାଭୁକ୍ତ କମ୍ପାନୀମାନଙ୍କରେ ଆଗାମୀ ଦିନରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଯୋଜନା କରୁଛନ୍ତି । ଏହି କମ୍ପାନଗୁଡିକ ଦ୍ବାରା ଚୀନ ଆମେରିକୀୟ ନିବେଶ ହାସଲ କରିବାକୁ ଚେଷ୍ଟା କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏମାନଙ୍କ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି ।

ଆମେରିକୀୟ ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ପେଣ୍ଟାଗନ, ଏନେଇ ଆମେରିକାରେ କାର୍ଯ୍ୟରତ କମ୍ୟୁନିଷ୍ଟ ଚାଇନିଜ ମିଲିଟାରୀ କମ୍ପାନୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଚୀନ ସରକାରୀ, ସାମରିକ ପ୍ରଶାସନ ଓ ପ୍ରତିରକ୍ଷା ବିଭାଗ ଦ୍ବାରା ପରିଚାଳିତ, ଅଧିକୃତ ଓ ଚୀନର ସହଯୋଗରେ ପରିଚାଳିତ କମ୍ପାନୀମାନଙ୍କୁ ସ୍ଥାନିତ କରାଯାଇଛି । ଏହି ତାଲିକାରେ ରହିଛି ଆଭିଏସନ ଇଣ୍ଡଷ୍ଟ୍ରି କର୍ପୋରେସନ ଅଫ ଚାଇନା, ଚାଇନା ଏରୋସ୍ପେଶ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେସନ, ଚାଇନା ଏରୋସ୍ପେଶ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେସନ, ଚାଇନା ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ଗ୍ରୁପ କର୍ପୋରେସନ ଆଦି ସାମିଲ ରହିଛି ।

ଏନେଇ ପେଣ୍ଟାଗନ ମୁଖପାତ୍ରଙ୍କ କହିବା ଅନୁଯାୟୀ ଚୀନ ନିଜ ନାଗରିକ ଓ ସାମରିକ କ୍ଷେତ୍ର ମଧ୍ୟରେ ଥିବା ତଫାତ୍‌କୁ ହଟାଇବାକୁ ଚେଷ୍ଟା କରୁଛି । ତେଣୁ ଅପରପକ୍ଷର ରାଷ୍ଟ୍ରର ନୀତି ଗୁରୁତର ସ୍ଥିତି କରିପାରେ ଜାଣି ଆମେରିକାର ଏହି ପଦକ୍ଷେପ ଅତି ଜରୁରୀ ।

@IANS

ABOUT THE AUTHOR

...view details