ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ସତ ହେଲେ ସୁଧୁରିନି ପରିସ୍ଥିତି । ବ୍ୟବସାୟ ବନ୍ଦ ଯୋଗୁଁ ଅନେକ ଏବେ ବି ବେରୋଜଗାର । କାହା ପାଖରେ ରହିବାକୁ ଘର ନାହିଁ ତ କାହା ପାଖରେ ଖାଦ୍ୟର ଅଭାବ । ଏମିତି ପରିସ୍ଥିତିରେ 484 ମିଲିୟନ ଡଲାରର ରିଲିଫ ବିଲ ପାସ କରିପାରେ ୟୁଏସ ହାଉସ ।
484 ମିଲିୟନ ଡଲାରର ରିଲିଫ ବିଲ ପାସ କରିବ ୟୁଏସ ହାଉସ - ଆମେରିକାରେ କୋରୋନା ଅପଡେଟ
ଯୁକ୍ତରାଷ୍ଟ୍ର ଆମେରିକାରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ସତ ହେଲେ ସୁଧୁରିନି ପରିସ୍ଥିତି । ଏମିତି ପରିସ୍ଥିତିରେ 484 ମିଲିୟନ ଡଲାରର ରିଲିଫ ବିଲ ପାସ କରିପାରେ ୟୁଏସ ହାଉସ ।
![484 ମିଲିୟନ ଡଲାରର ରିଲିଫ ବିଲ ପାସ କରିବ ୟୁଏସ ହାଉସ corona relief bill in america, relief bill in US house, corona relief bill, corona update in america, donald trump, ଆମେରିକାରେ କୋରୋନା ରିଲିଫ ବିଲ, ୟୁଏସ ହାଉସରେ ରିଲିଫ ବିଲ, କୋରୋନା ରିଲିଫ ବିଲ, ଆମେରିକାରେ କୋରୋନା ଅପଡେଟ, ଡୋନାଲ୍ଡ ଟ୍ରମ୍ପ](https://etvbharatimages.akamaized.net/etvbharat/prod-images/768-512-6910808-698-6910808-1587648336306.jpg)
ପରିସ୍ଥିତି ଅଣାୟତ୍ତ ହେବାରୁ ୟୁଏସ ହାଉସର ଶତାଧିକ କର୍ମଚାରୀ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଗତ ମଙ୍ଗଳବାର ଏହି ବିଲ ସିନେଟରେ ପାସ ହୋଇ ସାରିଛି । ବର୍ତ୍ତମାନ ଏହା ୟୁଏସ ହାଉସରେ ଗୃହିତ ହୋଇଛି । ଯାହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିଲକୁ ଖୁବଶୀଘ୍ର ସ୍ବାକ୍ଷରିତ କରି ପାସ କରିବାକୁ ପ୍ରତିଶୃତି କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆମେରିକାରେ 3 ଟ୍ରିଲିୟନ ଡଲାରର ବିଲ ପାରିତ ହେବ । ତେବେ ଏହା ଏଯାବତ୍ ପାସ ହେବାକୁ ଥିବା ଚତୁର୍ଥ ରିଲିଫ ବିଲ ।
ଏହି ଅର୍ଥ ରାଶି ମୁଖ୍ୟତଃ କ୍ଷୁଦ୍ର ଶିଳ୍ପ, ବ୍ୟବସାୟ ଓ ଡାକ୍ତରଖାନାମାନଙ୍କ ପାଇଁ ଖର୍ଚ୍ଚ ହେବ । ତେବେ କେବଳ ଟ୍ରମ୍ପ ନୁହେଁ ବିରୋଧ ମଧ୍ୟ ଦେଶର ଆର୍ଥିକ ସ୍ଥିତି ଦେଖି ଚିନ୍ତା ପ୍ରକଟ କରିଛନ୍ତି ଓ ବଜାର ଯଥା ଶୀଘ୍ର ଖୋଲିବା ପାଇଁ ଆଶା କରିଛନ୍ତି ।